ଭଞ୍ଜନଗର ଏଏସପିଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ; ୪ ଗୁରୁତର

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ଥାନା ଅଧୀନ ଶାଳୁଆପଲ୍ଲୀ ନିକଟ ରାସ୍ତା କଡ଼ରେ ଭାରସାମ୍ୟ ହରାଇ ଓଲଟିଲା ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର । ଦୁର୍ଘଟଣାରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେଙ୍କ ସମେତ ତାଙ୍କ ଶାଶୁ ସବିତା ରାଉତ ଓ ସ୍ତ୍ରୀ ସୁଜାତା ଦେ ଆହତ ହୋଇଛନ୍ତି । ଚାଳକ କୃଷ୍ଣ ପାତ୍ର ମଧ୍ୟ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ଆହତ ମାନେ ବ୍ରହ୍ମପୁରରେ ଚିକିତ୍ସା ହେଉଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅତିରକ୍ତ ଏସ୍‌ପି ଶ୍ରୀ ଦେ ଛୁଟିରେ ନିଜ ଘର ବାଲେଶ୍ଵରକୁ ଯାଇ କାର ଯୋଗେ ଭଞ୍ଜନଗର ଫେରୁଥିଲେ । ବିଳମ୍ବିତ ରାତିରେ ପ୍ରବଳ କୁହୁଡି ହେଇଥିବା ବେଳେ ଶାଳୁଆପଲ୍ଲୀ ନିକଟରେ ହଠାତ୍ ଡ୍ରାଇଭରଙ୍କ ଆଖି ପଡିଯିବାରୁ କାର୍‌ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଛ ସହ ଧକ୍କା ହେବା ସହ ସେଠାରେ ଥିବା ଏକ ଦୋକାନକୁ ଧକ୍କା ଦେବା ପରେ ଓଲଟିପଡିଥିଲା । ଫଳରେ ଗାଡି ମଧ୍ୟରେ ଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସମେତ ତାଙ୍କ ପତ୍ନୀ ଓ ଶାଶୁ ଏବଂ ଗାଡିର ଡ୍ରାଇଭର କୃଷ୍ଣ ପାତ୍ର ଆହତ ହୋଇଥିଲେ । ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ରେଫର କରାଯାଇଛି ।

Leave a Reply

Your email address will not be published. Required fields are marked *