
ଭୁବନେଶ୍ବର: ୭୬ ସାଧାରଣତନ୍ତ୍ର ଦିବସ ଅବସରରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତ ଏକ ମହାନ ଦେଶ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ବିଶ୍ୱକୁ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇଛି।ବହୁଭାଷା ଓ ଜାତିକୁ ନେଇ ଗଠିତ ଏକ ସୂତ୍ରରେ ବାନ୍ଧି ରଖିବାରେ ସମ୍ବିଧାନ ସଫଳ ହୋଇଛି। ସୋସିଆଲ ଜଷ୍ଟିସ ଦିଗରେ ଆଉ ଅନେକ କରିବାର ଅଛି। ଏକ ଦଶନ୍ଧିରେ ରାଜ୍ୟର ବହୁ ଉନ୍ନତି ହୋଇଛି ।
୨୦୦୦ ରୁ ୨୦୨୪ ମଧ୍ୟରେ ରାଜ୍ୟର ଅନେକ ବିକାଶ ହୋଇଛି। ଏବେ ଭାରତ ସରକାରଙ୍କ ନୀତି ଆୟୋଗ ମଧ୍ୟ ଆମ କାମକୁ ପ୍ରଶଂସା କରିଛି। ଫାଇନାନ୍ସ ହେଲଥ ଇଣ୍ଡେକ୍ସରେ ଓଡ଼ିଶା ଏକ ନମ୍ବର ରହିଛି।ବିକାଶ ସବୁବେଳେ ଆମ ଫୋକସ ରହିଥିଲା। ଆପଣମାନେ ସବୁବେଳେ ଓଡ଼ିଶାର ସେବା ଜାରି ରଖନ୍ତୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।