ଭଞ୍ଜନଗର: ରାଜଲକ୍ଷ୍ମୀ ଭଣ୍ଡାର ଆନୁକୁଲ୍ୟରେ କ୍ୟାପଟନ୍ ଷ୍ଟିଲ୍ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ରାଜମିସ୍ତ୍ରୀ ସମ୍ମିଳନୀ

ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ନୂତନ ଗୃହ ନିର୍ମାଣ କ୍ଷେତ୍ରରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁବର୍ଗର ବ୍ୟକ୍ତି ବିଶେଷ ନିର୍ମାଣ କାରୀ ସସ୍ଥା ଏବଂ ସବୁ ପ୍ରକାର ଲେବର ଓ ମିସ୍ତ୍ରୀ ଉପଯୁକ୍ତ ନିର୍ମାଣ ସାମଗ୍ରୀ କ୍ରୟକରି ମଧ୍ୟ ନିମ୍ନ ମାନର କାର୍ଯ୍ୟକରି ନୂତନ ଗୃହର ଚାହିଦାକୁ ନଷ୍ଟ କରି ଦେଉଛନ୍ତି କମ୍ପାନୀ ଓ ବ୍ୟବସାୟୀ ନିକଟରୁ ଉଚ୍ଚ ମାନର ଜିନିଷ ଆଣି ମଧ୍ୟ ଠିକ୍ କାର୍ଯ୍ୟ କରିପାରୁ ନଥିବା କାରଣରୁ ବିଭିନ୍ନ ସମୟରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଘଟଣାକୁ ଦ୍ରୂ୍ୁଷ୍ଟିରେ ରଖି ବାଲିପଦର ରାଜଲକ୍ଷ୍ମୀ ଭଣ୍ଡାର ଆନୁକୁଲ୍ୟରେ ପ୍ରୋପାଇଟର ଦିଲ୍ଲୀପ କୁମାର ପୋଲାଇଙ୍କ ତତ୍ତ୍ବାବଧାନରେ ଅଞ୍ଚଳର ଷାଠିଏ ଜଣ ରାଜମିସ୍ତ୍ରୀଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ କ୍ୟାପଟନ୍ ଷ୍ଟିଲ୍ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ନିୟମାବଳୀର ଉପଯୋଗ ନିମନ୍ତେ ବିଶେଷଜ୍ଞ ମାନେ ସଚେତନ କରାଇଥିଲେ । ବୈଠକରେ ଗୃହ ନିର୍ମାଣରେ ଗ୍ରିନ୍ ଖାଡୀର ବ୍ୟବହାର ସିମେଣ୍ଟର ଆବଶ୍ୟକତା ଏବଂ ଉଚିତ ମାନର ବାଲି ଗୁଡିର ବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥି ସମ୍ପର୍କରେ ଅଧିକ ସଚେତନ ସକାଶେ କ୍ୟାପଟନ୍ ଷ୍ଟିଲ୍ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ୬୦ଜଣ ରାଜ ମିସ୍ତ୍ରୀ କଲିକତା ଠାରେ ଥିବା କ୍ୟାପଟନ୍ କମ୍ପାନୀକୁ ତିନି ଦିନିଆ ପରିଭ୍ରମଣରେ ଯାଇ ଅନୁଭୂତି ପ୍ରାପ୍ତ ହୋଇ ଆଜି ଉକ୍ତ ସମ୍ମିଳନୀରେ ନିଜନିଜ ମତବ୍ୟକ୍ତ କରିଥିଲେ। ମନୋଜ କୁମାର ପଲାଇ ସହଯୋଗ କରିଥିବା ବେଳେ ଲାଲ ମୋହନ ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *