କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫୦ ତମ ବାର୍ଷିକ ଉତ୍ସବ ପାଳନ

କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ ) : କେସିଙ୍ଗା ସହର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ର ୫୦ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା ଙ୍କ ନେତୃତ୍ୱରେ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧକାରୀ ଆନନ୍ଦ କୁମାର ବେହେରା ,ମୁଖ୍ୟ ବକ୍ତା ଭାବେ କେସିଙ୍ଗା ମହାବିଦ୍ୟାଳୟ ର ଇକୋନୋମିକ ଲେକ୍ଚର ରାଜେଶ କୁମାର ଅଗ୍ରୱାଲ, ବିଶିଷ୍ଟ ଅତିଥି ଅଵସର ସହ ଶିକ୍ଷୟତ୍ରୀ ଜାଜ୍ଞସେନି ଦଳପତି,ଓଷ୍ଟା କଳାହାଣ୍ଡି ର ସଭାପତି ସନ୍ତୋଷ କୁମାର ରଥ, ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ରାମ କୁମାର ଜୈନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷା କମିଟିର ସଭାପତି ଶିବ ପ୍ରସାଦ ସାହୁ ପ୍ରମୁଖ ମନଞ୍ଚାଷୀନ ହୋଇ ନିଜସ୍ୱ ମତ ପ୍ରକାଶ କରିଥିଲେ।ଆଜିକାର ସଭାରେ ଉଡାଣ ବିଷୟ ରେ ଅତିଥିମାନେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

Leave a Reply

Your email address will not be published. Required fields are marked *