
ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା-୨୦୨୩ ଶୁକ୍ରବାର ପ୍ରକାଶିତ ହୋଇଛି। ଏହି ପରୀକ୍ଷା ଗତବର୍ଷ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା ।
ଓସିଏସ୍-୨୦୨୩ ପ୍ରିଲିମ୍ ପରୀକ୍ଷାରେ ମୋଟ୍ ୪୭୯୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ମୋଟ୍ ୧୫୭୩ ଜଣ ମହିଳା ଅଛନ୍ତି। ସମସ୍ତ ୪୭୯୯ ଜଣ ପ୍ରାର୍ଥୀ ଓସିଏସ୍-୨୦୨୩ର ମୁଖ୍ୟ ପରୀକ୍ଷା ପାଇଁ ଚୟନିତ ହୋଇଛନ୍ତି। ତେବେ କେଉଁମାନେ ପ୍ରିଲିମ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଓପିଏସ୍ସିର ୱେବ୍ସାଇଟ୍ http://opsc.gov.in କୁ ଯାଇ ନିଜର ରୋଲନମ୍ବର ଦେଲେ ଫଳାଫଳ ଜାଣିପାରିବେ। ଓପିଏସ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଓସିଏସ୍-୨୦୨୩ ପ୍ରିଲିମ୍ ପରୀକ୍ଷାରେ ମୋଟ୍ ୪୭୯୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ମୋଟ୍ ୧୫୭୩ ଜଣ ମହିଳା ଅଛନ୍ତି। ସମସ୍ତ ୪୭୯୯ ଜଣ ପ୍ରାର୍ଥୀ ଓସିଏସ୍-୨୦୨୩ର ମୁଖ୍ୟ ପରୀକ୍ଷା ପାଇଁ ଚୟନିତ ହୋଇଛନ୍ତି ।
ଓପିଏସ୍ସି ପକ୍ଷରୁ କୁହାଯାଇଛି ଯେ, ଓସିଏସ୍ (ମୁଖ୍ୟ) ପରୀକ୍ଷା-୨୦୨୩ ପାଇଁ ଆଗାମୀ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ବିଜ୍ଞପ୍ତି ଓପିଏସ୍ସିର ୱେବ୍ସାଇଟ୍ରେ ଉପଲବ୍ଧ କରାଯିବ ।