ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣ

Image Courtesy of India Today

ନୂଆଦିଲ୍ଲୀ (ଓଡିଶା ଟୁଡେ) : ଭାରତ ମୋର ଅଂଶବିଶେଷ ହୋଇଥିବାରୁ ଯୁଆଡ଼େ ଯାଏ ସାଥିରେ ଭାରତକୁ ନେଇ ଯାଏ ବୋଲି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କଠାରୁ ‘ପଦ୍ମ ବିଭୂଷଣ’ ସମ୍ମାନ ଗ୍ରହଣ କରିବା ଅବସରରେ ‘ଗୁଗଲ୍‌’ ଓ ‘ଆଲ୍‌ଫାବେଟ୍‌’ ‘ସିଇଓ’ ସୁନ୍ଦର ପିଚାଇ କହିଛନ୍ତି।

ବାଣିଜ୍ୟ ଓ ଶିଳ୍ପ ବର୍ଗରେ ସୁନ୍ଦର ପିଚାଇଙ୍କୁ ୨୦୨୨ ବର୍ଷ ନିମନ୍ତେ ଭାରତର ତୃତୀୟ-ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଛି। ପରିବାରର ଘନିଷ୍ଠ ସଦସ୍ୟଙ୍କ ଗହଣରେ ଶୁକ୍ରବାର ଦିନ ସାନ୍‌ ଫ୍ରନ୍‌ସିସ୍‌କୋରେ ମଦୁରାଇ ଜନ୍ମିତ ପିଚାଇ ଉପରୋକ୍ତ ସମ୍ମାନ ଗ୍ରହଣ କରିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଭାରତର ରାଷ୍ଟ୍ରଦୂତ ତରନଜିତ୍‌ ସିଂହ ସାନ୍ଧୁଙ୍କଠାରୁ ପଦ୍ମ ଭୂଷଣ ଗ୍ରହଣ କରିବା ବେଳେ ୫୦ ବର୍ଷିୟ ପିଚାଇ କହିଛନ୍ତି, ଏଭଳି ମହାନ୍‌ ସମ୍ମାନ ଲାଗି ଭାରତ ସରକାର ଓ ଭାରତବାସୀଙ୍କ ପ୍ରତି ମୁଁ କୃତଜ୍ଞ। ମତେ ଗଢ଼ିଥିବା ଦେଶ ଏଭଳି ଭାବେ ମତେ ସମ୍ମାନ ଦେବା ତାତ୍ପର୍ଯ୍ୟପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିକୋଣ ପ୍ରସଙ୍ଗ ସ୍ମରଣ କରି ସୁନ୍ଦର ପିଚାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଡିଜିଟାଲ୍‌ ଇଣ୍ଡିଆ ଭିଜନ୍‌’ ନିଶ୍ଚିତରୂପେ ପ୍ରଗତିକୁ ତ୍ବରାନ୍ବିତ କରିବ। ଦୁଇ ଦଶନ୍ଧି ହେବ ସରକାର, ବାଣିଜ୍ୟ ଏବଂ ବିଭିନ୍ନ ସଙ୍ଗଠନ ସହ ମିଶି ‘ଗୁଗଲ୍‌’  ଭାରତରେ ନିବେଶ କରି ଚାଲିଥିବାରୁ ମୁଁ ଆନନ୍ଦିତ।

Leave a Reply

Your email address will not be published. Required fields are marked *