ପ୍ରଥମ ଦିନିକିଆ: ବାଂଲାଦେଶର ରୋମାଞ୍ଚକର ବିଜୟ

ଢାକା ୦୪/ ୧୨: ବାଂଲାଦେଶର ସେର୍-ଇ-ବାଂଲା ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ରୋମାଞ୍ଚକର ବିଜୟ ହାସଲ କରିଛି ବାଂଲାଦେଶ । ୧୮୭ ରନର ପିଛା କରିବାକୁ ଯାଇ ଘରୋଇ ଦଳ ୪୬ ଓଭରରେ ୯ ଓ୍ବିକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରିଛି । ଭାରତ ନିକଟରୁ ବିଜୟ ଛଡାଇ ନେଇଛନ୍ତି ମେହିଦି ହାସନ । ବାଂଲାଦେଶର ଶେଷ ଯୋଡି ଦଳକୁ ବିଜୟୀ କରାଇଛନ୍ତି ।

ପ୍ରଥମ ବଲରେ ହିଁ ନଜମୁଲ ହୋସନ ସାନ୍ତୋଙ୍କ ଓ୍ବିକେଟ ହରାଇଥିଲା ବାଂଲାଦେଶ । ସେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଅନ୍ୟତମ ଓପନର ଲିଟନ ଦାସ ୪୧ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଅନମୁଲ ହକ୍‌ ୧୪ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ସାକିବ୍‌ ଅଲ ହସନ ୨୯ରନ, ମୁସ୍ତଫିଜୁର ରହିମ ୧୮ରନ, ମହମ୍ମଦୁଲ୍ଲା ୧୪ରନ, ଆଫିଫ୍‌ ହୋସେନ ୬ରନ, ଇବାଦତ୍‌ ହୋସେନ୍‌ ୦, ହାସନ ମେହମୁଦ ୦ ରନ କରି ଆଉଟ ହୋଇଥିଲେ । ମେହିଦି ହାସନ ୩୯ ବଲରୁ ୩ ରନ କରି ଅପରାଜିତ ଥିବାବେଳେ ମୁସ୍ତଫିଜୁର ରେହମାନ ୧୦ ରନ କରି ଅପରାଜିତ ଥିଲେ ।

ଭାରତ ପକ୍ଷରୁ ଦୀପକ ଚହର ୮ ଓଭର ବୋଲିଂ କରି ୩୨ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ, ମହମ୍ମଦ ସିରାଜ ୧୦ ଓଭରରେ ୩୨ରନ ୩ ଓ୍ବିକେଟ, କୁଲଦୀପ ସେନ୍‌ ୫ ଓଭରରେ ୩୮ରନ ଦେଇ ୨ ଓ୍ବିକେଟ, ଶେହବାଜ ଅହମଦ ୯ ଓଭରରେ ୩୯ରନ, ଓ୍ବାଶିଂଟନ ସୁନ୍ଦର ୫ ଓଭରରେ ୧୭ରନ ୨ ଓ୍ବିକେଟ୍‌ ଏବଂ ଶାର୍ଦ୍ଦୁଲ ଠାକୁର ୯ ଓଭରରେ ୨୧ ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।

Leave a Reply

Your email address will not be published. Required fields are marked *