ମହିଳା ହୋମଗାର୍ଡ ନିର୍ଯାତନା ଘଟଣା : କଟକ ପୋଲିସ ମୁଖ୍ୟାଳୟକୁ  ବଦଳି ହେଲେ ଡ଼ିଆଇଜି ବ୍ରିଜେଶ ରାୟ

ଭୁବନେଶ୍ବର (ଓଡିଶା ଟୁଡେ) ୨୨/୦୮/୨୩: ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି  ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ବିରୋଧରେ  ମହିଳା ହୋମଗାର୍ଡଙ୍କୁ ଘର କାମରେ ଲଗାଇ ନିର୍ଯାତନା ଅଭିଯୋଗ ହୋଇଥିଲା।   ଏହି ଘଟଣାରେ କଟକ ପୋଲିସ ମୁଖ୍ୟାଳୟକୁ ଡିଆଇଜି ବ୍ରିଜେଶ ରାୟଙ୍କୁ ବଦଳି କରାଯାଇଛି।  ସୂଚନାଯୋଗ୍ୟ ଯେ  ଡିଆଇଜି ବ୍ରିଜେଶ ରାୟକଙ୍କ ପତ୍ନୀଙ୍କ ନିର୍ଯ୍ୟାତନା ସହି ନ ପାରି ରାଣୀଗୋଡାର ମହିଳା ହୋମଗାର୍ଡ  ସୌରିନ୍ଦ୍ରୀ ସାହୁ ଆତ୍ମହତ୍ୟା ଉଦ୍ୟମ କରି ଦୁଇ ଗୋଡ଼ ହରାଇଥିବା ଅଭିଯୋଗ ହୋଇଛି।

 ଅନୁଗୋଳରେ କାର୍ଯ୍ୟରତ ଉତ୍ତର କେନ୍ଦ୍ରାଞ୍ଚଳ ଡି ଆଇ ଜି ବ୍ରିଜେଶ ରାୟ ଙ୍କ ବାସ ଭବନରେ ସୌରିନ୍ଦ୍ରୀ ନିୟୋଜିତ ଥିଲେ। ସେହି ସମୟରେ ଡିଆଇଜିଙ୍କ ସ୍ତ୍ରୀ ଅନେକ ଥର ତାଙ୍କୁ ଘରୋଇ କାମରେ ନିୟୋଜିତ କରି ନିର୍ଯ୍ୟାତନା ଦେବା ସହ ଚାକିରିରୁ ବିଦା କରିଦେବା ଭୟ ଦେଖାଉ ଥିଲେ ବୋଲି ଅଭିଯୋଗ ହୋଇଛି। ଗତ ୪ ତାରିଖରେ ହୋମଗାର୍ଡ ଜଣକ ରାଣୀଗୋଡା ନିକଟରେ ଟ୍ରେନ ଲାଇନରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିରେ ସେ ଦୁଇ ଗୋଡ଼ ହରାଇଛନ୍ତି। ଏବେ ସେ କଟକର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି।  

Leave a Reply

Your email address will not be published. Required fields are marked *