
ଭୁବନେଶ୍ୱର (ଓଡ଼ିଶା ଟୁଡେ) : ଦୀର୍ଘ ଦିନ ବ୍ୟବଧାନ ପରେ ଟେଲିଭିଜନ ପରଦାକୁ ଫେରୁଛି ବହୁ ଚର୍ଚ୍ଚିତ ଲୋକପ୍ରିୟ ଧାରାବାହିକ ‘ତୁଳସୀ’ । ଏହା ପୂର୍ବରୁ ଇ ଟିଭି ଓଡ଼ିଆ ରେ ପରିବେଷଣ ହେଉଥିଲା । ୧୮ ତାରିଖ ସୋମବାର ଠାରୁ ପ୍ରତ୍ୟେକ ଦିନ ଏହା ସନ୍ଧ୍ୟା ୫ ଟା ସମୟରେ ‘କଲର୍ସ ଓଡ଼ିଆ’ ଚ୍ୟାନେଲ ରେ ପରିବେଷଣ ହେବ । ପୂର୍ବରୁ ଦର୍ଶକ ଏହି ଧାରାବାହିକ କୁ ବହୁତ ଭଲ ପାଇବା ଦେଇଛନ୍ତି । ଏହି ଧାରାବାହିକରେ ଅଭିନେତ୍ରୀ ମହାଶ୍ୱେତା, ଇପ୍ସିତା ମହାନ୍ତି, ଦେବୁ ବୋଷ, ବର୍ଷା ପ୍ରିୟଦର୍ଶିନୀ, ସାତ୍ଵକୀ ମିଶ୍ର, ନୈନା ଦାସ, ଅଖିଳ ପଟ୍ଟନାୟକ, ପ୍ରକୃତି ମିଶ୍ର, ଶୁଭାଶିଷ ଶର୍ମା, କୁନା ତ୍ରିପାଠୀ, ହର, ଅଶୋକ ଦାସ ପ୍ରମୁଖ ଅଭିନୟ କରିଥିବା ବେଳେ କିଛି ଅଭିନେତା ଅଭିନେତ୍ରୀ ଇହଲିଳା ସମ୍ବରଣ କରି ସାରିଛନ୍ତି ।
ପୁଣି ଥରେ ଏହି ଧାରାବାହିକ ଦର୍ଶକଙ୍କୁ ବାନ୍ଧି ରଖିବା ନେଇ ନିର୍ମାତା ଓ ଚ୍ୟାନେଲ ଆଶାବାଦୀ ଅଛନ୍ତି ।