
ଭଞ୍ଜନଗର ୦୭/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି।ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ହେଉଛି। ଏହି ଅବସରରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୁରୁବାର ସର୍ଦ୍ଦାର ପଟେଲ ଓ ଜାତୀୟ ଏକତା ଶିର୍ଷକ ଜିଲ୍ଲା ସ୍ତରୀୟ ମହାବିଦ୍ୟାଳୟ ଭାଷଣ, ରଚନା, ଚିତ୍ରାଙ୍କନ, ସମୁହ ଧ୍ବନି , ପୋଷ୍ଟର ଲିଖନ ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ ପ୍ରଶାନ୍ତ ରଥ,ଅଧ୍ୟାପିକ ନିରଞ୍ଜନ ଶତପଥି,ସୁନୀତା ରାଣୀ ଖଣ୍ଡୁଆଳ, ଅର୍ଚନା ପ୍ରିୟଦର୍ଶିନୀ,ଅଧ୍ୟାପକ ଡ଼.ରବିନ୍ଦ୍ର କୁମାର ମିଶ୍ର, ସ୍ମରଣିକା ପାଢୀ, ବିଦେଶୀ କୁମାର ରାଉତ, ଦିଗନ୍ତ କୁମାର ଜେନା, ସିମାଞ୍ଚଳ ବେହେରା, କଲ୍ପନା ସାଂଢ୍, ବିଭୁତି ଗୌଡ଼, ଅର୍ପଣ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ପାଢୀ ସଂଯୋଜନା କରାଥିଲେ।ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକତାର ମନ୍ତ୍ର ସାରା ଭାରତକୁ ଗୋଟିଏ ଡୋରରେ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା।ଦେଶ ପାଇଁ ତାଙ୍କରି ଅବଦାନ ଓ ବିଚାରଧାରା ଉଚ୍ଚକୋଟୀର ଥିଲା ବୋଲି ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀ କହିଥିଲେ। ଉକ୍ତ ପ୍ରତିଯୋଗିତାରେ କନ୍ଧମାଳ ସଂସଦୀୟ କ୍ଷେତ୍ର ଅଧୀନ ଭଞ୍ଜନଗର ବିଧାନସଭା ଆସନ ଅଧିନରେ ଥିବା ବିଡିପୁର ଟିଏସଡି ମହାବିଦ୍ୟାଳୟ, ଜଗନ୍ନାଥପ୍ରସାଦ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ, ଗାଲେରୀ ଡିଏମ୍ ବିଜ୍ଞାନ ମହାବିଦ୍ୟାଳୟ, ଭଞ୍ଜନଗର ସାବିତ୍ରୀ ମହାବିଦ୍ୟାଳୟ, ଭଞ୍ଜନଗର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ସମେତ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଶଂଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି।