
ନୂଆଦିଲ୍ଲୀ (ଏଜେନ୍ସି): ବଦଳିଲା ବ୍ରିଟିଶ ଯୁଗର ଆଇନ । ଅପରାଧିକ ଆଇନ ସହ ଜଡିତ ତିନୋଟି ବିଲ୍ ଲୋକସଭା ଦଆଜି ପାରିତ ହୋଇଛି। ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି ଭାରତୀୟ ନ୍ୟାୟ ସଂହିତା ବିଲ୍। ଏଣିକି ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ। ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦଣ୍ଡବିଧାନ କରାଯିବ। ରାଷ୍ଟ୍ରପତିଙ୍କ ମୋହରକୁ ରହିଲା ଅପେକ୍ଷା ।
ଭାରତ ସରକାର ବ୍ରିଟିଶ ଅମଳର ଆଇନକୁ ବଦଳାଇବା ପାଇଁ ମୋଟ ୩ଟି ବିଲ୍ ଆଣିଥିଲେ । ୧୮୬୦ ମସିହାକୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ। ସେହିପରି ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ ୧୮୭୨(ଆଇଇଏ) ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ ।
ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ଆଜି ଲୋକସଭାରେ ଉପସ୍ଥାପନ କରିଥିଲେ । ଏହାପରେ ସେ ବିଲ୍ରେ ଥିବା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ । ବିରୋଧୀ ଦଳର ଅଧିକାଂଶ ସାଂସଦ ନିଲମ୍ବିତ ହୋଇଥିବାରୁ ଲୋକସଭା ପୂରା ଖାଲି ପଡ଼ିଥିଲା । ଏହାରି ଭିତରେ ଅମିତ ଶାହ ୩ ବିଲ୍ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ୩ ବିଲ୍କୁ ବିନା ବିରୋଧରେ ପାସ୍ ମଧ୍ୟ କରାଇଥିଲେ ।