
ଭୁବନେଶ୍ବର (ଓଡ଼ିଶା ଟୁଡେ): ଭୁବନେଶ୍ବର ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ କୋର୍ଟରେ ହାଜର ହେଲେ ବିଧାୟକ ରମେଶ ଜେନା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ହେଉଛନ୍ତି ରମେଶ ଜେନା । ଭୁବନେଶ୍ବର କୋର୍ଟରେ ବିଧାୟକ ହାଜର ହୋଇଛନ୍ତି । ସାନଖେମୁଣ୍ଡି ବିଧାୟକଙ୍କ ସହ ତାଙ୍କ ସହଯୋଗୀ ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଥିଲେ ସାମଖେମୁଣ୍ଡି ବିଧାୟକ ରମେଶ ଜେନା । ଗତ ୨୦୧୧ ମସିହା ଫେବୃଆରୀ ୮ ତାରିଖରେ ଏହି ଗୁଳିକାଣ୍ଡ ଘଟଣାରେ ରମେଶ ଜେନା ଗିରଫ ହୋଇଥିଲେ ।