ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ଅଭିନେତା ଅରିନ୍ଦମ ରାୟ

ଭୁବନେଶ୍ୱର (ଓଡ଼ିଶା ଟୁଡେ): ସିନେ ତାରକା ଅରିନ୍ଦମ ରାୟ ଆଜି ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏହାକୁ ନେଇ ରାଜନୀତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। କାରଣ ଅରିନ୍ଦମ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ।

ଅରନ୍ଦମ ଯାଜପୁରର କୋରାଇ ଆସନରୁ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ବହୁ ପୂର୍ବରୁ ଶୁଣାଯାଉଥିଲା। ଗତ କିଛିଦିନ ତଳେ ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଭେଟି ଆଲୋଚନା କରିଥିଲେ। ଏହାକୁ ନେଇ ସେହି ସମୟରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *