ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ; ଭୁବନେଶ୍ବର କରାଯିବ ଏୟାରଲିଫ୍ଟ

ସମ୍ବଲପୁର (ଓଡ଼ିଶା ଟୁଡେ): ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର ପାଇଁ ଯୋଜନା ହୋଇଛି । ତାଙ୍କୁ ଏୟାରଲିଫ୍ଟ କରିବାକୁ ଯୋଜନା ଚାଲିଥିବା ନେଇ ସଂପର୍କୀୟଙ୍କ ସୂତ୍ରରୁ ଜଣାପଡିଛି। ଗତକାଲି ରାତିରେ ଶ୍ରୀ ଆଚାର୍ଯ୍ଯ ଭୁବନେଶ୍ବରରୁ ଫେରୁଥିଲେ। ରେଢ଼ାଖୋଲ ନିକଟରେ ତାଙ୍କ କାର୍ ଟି ଏକ ଟ୍ରଲର୍ ସହ ବାଡେଇ ହୋଇଥିଲା। ଏଥିରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନା ଓ ପରେ ସମ୍ବଲପୁର ବିକାଶ ହସ୍ପିଟାଲକୁ ଅଣାଯାଇଛି। ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା ଚାଲିଥିବା ବେଳେ ସେ ବିପଦମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି। ହେଲେ ତାଙ୍କ ଗୋଟିଏ ଆଖି କ୍ଷତିଗ୍ରସ୍ତ ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର ପାଇଁ ଯୋଜନା ହୋଇଛି।

Leave a Reply

Your email address will not be published. Required fields are marked *