ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେବାକୁ ଯାଉଛନ୍ତି – ସନ୍ଦୀପ ପାଠକ, ଆପ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ

ଭୁବନେଶ୍ବର (ଓଡ଼ିଶା ଟୁଡେ) ୧୬/୦୩/୨୪: ଆଜି ଭୁବନେଶ୍ବର ସ୍ଥିତ ଲୋହିଆ ଏକାଡେମୀ ଠାରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଡ଼ .ସନ୍ଦୀପ ପାଠକ ଓଡ଼ିଶା ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଡ଼ .ପାଠକ କହିଛନ୍ତି – ବିଜେପିକୁ ଭୋଟ ଚୋରି କରିବା ଭଲ ଭାବେ ଜଣା । ବିଜେପି, ବିଜେଡିକୁ ଡରାଇ ଭୋଟ ଚୋରି କରିବାକୁ ମେଣ୍ଟ ଉଦ୍ୟମ କରୁଛି । ଏତଦ୍ ବ୍ୟତୀତ ଓଡ଼ିଶା ଲୋକେ ନବୀନ ବାବୁଙ୍କୁ ଭଲ ପାଇବା ଦେଇ ଶାସନ ଗାଦିରେ ବସାଇଥିଲେ, କିନ୍ତୁ ଅଣ ଓଡ଼ିଆ ଅଫିସରଙ୍କୁ ସେ ସମସ୍ତ କ୍ଷମତା ପ୍ରଦାନ କରିଦେଇଛନ୍ତି। ଦେଶରେ ଅରବିନ୍ଦ କେଜରିୱାଲ ହିଁ ଲୋକଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଓଡ଼ିଶାରେ ଶିକ୍ଷା ଓ ସ୍ଵାସ୍ଥ୍ୟ ବ୍ୟବସ୍ଥା ଶୋଚନୀୟ ହୋଇଯାଇଛି । ଓଡିଶାବାସୀଙ୍କୁ ଦିଲ୍ଲୀ ବିକାଶ ମଡେଲ ଦେଖିବାକୁ ଆମ୍ ଆଦମୀ ପାର୍ଟିକୁ ଭୋଟ ଦେବାକୁ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଆପ୍ ଓଡ଼ିଶା ପ୍ରଭାରୀ ଶ୍ରୀ ବିରେନ୍ଦ୍ର ସିଂ କାଡିଆନ ଓ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *