ବିଜେପିରେ ଯୋଗ ଦେଲେ ବଲିଉଡ ଗାୟିକା ଅନୁରାଧା ପୌଡୱାଲ

ନୂଆଦିଲ୍ଲୀ (ଏଜେନ୍ସି) : ଲୋକସଭା ନିର୍ବାଚନ ପୂର୍ବରୁ ଆଜି ବଲିଉଡର ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡୱାଲ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି । ବିଜେପି ମୁଖ୍ୟାଳୟରେ ଦଳର ନେତାଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପୌଡୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ମୋଦୀଙ୍କ ନେତୃତ୍ୱାଧୀନ ଦଳରେ ଯୋଗ ଦେଇ ଖୁସି ଥିବା କହିଛନ୍ତି।

ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏବଂ ମୁଖ୍ୟ ମୁଖପାତ୍ର ଅନିଲ ବାଲୁନିଙ୍କ ସମେତ ବରିଷ୍ଠ ଦଳର ନେତାଙ୍କ ଉପସ୍ଥିତିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଦଳରେ ଯୋଗ ଦେଇଥିଲେ। ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଅନୁରାଧା ପୌଡୱାଲ କହିଛନ୍ତି ଯେ, “ମୁଁ ସେହି ଦଳରେ ଯୋଗ ଦେଉଛି ଯାହାର ସନାତନ ସହିତ ଗଭୀର ସମ୍ପର୍କ ଅଛି। ନରେନ୍ଦ୍ର ମୋଦୀଙ୍କୁ ପ୍ରଣାମ ଯେ, ସେ ସଠିକ୍ ଦିଗରେ ପଦକ୍ଷେପ ନେଉଛନ୍ତି।”

Leave a Reply

Your email address will not be published. Required fields are marked *