ମା’ ଘୋଡ଼ାରେଖା ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା

ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ) ୦୧/୦୪/୨୪: ଭଞ୍ଜନଗର ନିକଟସ୍ଥ ମୁଜାଗଡ ପଞ୍ଚାୟତର ଗୁଟୁଲିଗୁଡା ଗ୍ରାମରେ ମା’ ଘୋଡ଼ାରେଖା ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ମରାଠୀ ସାହି ନିବାସୀ ଡି ଜିତୁ ଏହି ମନ୍ଦିର ପ୍ରତିଷ୍ଠାର ପୁରୋଧା ସାଜିଛନ୍ତି । ମନ୍ଦିର ପ୍ରତିଷ୍ଠା ଉତ୍ସବ ସହ ଅଷ୍ଟ ପ୍ରହରୀ ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ୨୯ ତାରିଖ ଶୁକ୍ରବାର ରେ ମନ୍ଦିର ପ୍ରତିଷ୍ଠା ପାଇଁ ଜଳଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଯଜ୍ଞ ଓ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଥିଲା । ସୋମବାର ଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି । ପ୍ରତିଷ୍ଠା ଉତ୍ସବକୁ ଶତାଧିକ ଶ୍ରଦ୍ଧାଳୁ ଦେଖିବା ପାଇଁ ଆସିଥିଲେ ।

Leave a Reply

Your email address will not be published. Required fields are marked *