ବିଜେପି ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର (ଓଡ଼ିଶା ଟୁଡେ): ବିଜେପିକୁ ଶକ୍ତ ଧକ୍କା। ନିର୍ବାଚନ ପୂର୍ବରୁ ଦଳ ଛାଡିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ସୋସିଆଲ ମିଡିଆରେ ସେ ନିଜର ଇସ୍ତଫା ନେଇ ସୂଚନା ଦେଇଛନ୍ତି। ଦଳ ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ମଧ୍ୟ ସେ ଦଳୀୟ ନେତୃତ୍ବର ବିଶ୍ୱାସ ଭାଜନ ହୋଇପାରିଲେ ନାହିଁ। ଏହାଦ୍ବାରା ଲୋକଙ୍କ ସେବା ସେ ଠିକ୍ ଭାବେ କରିପାରୁ ନାହାନ୍ତି ବୋଲି ଲେଖାଶ୍ରୀ ରାଜ୍ୟ ବିଜେପି ସଭାପତିଙ୍କୁ କହିବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଲେଖାଶ୍ରୀ ରାଜ୍ୟ ବିଜେପିର ଉପସଭାପତି ଓ ମୁଖପାତ୍ର ଥିଲେ ।

Leave a Reply

Your email address will not be published. Required fields are marked *