ଭଂଜନଗରରେ ବିଜେଡିର ବାଇକ୍ ରାଲି ଓ କର୍ମୀ ସମାବେଶ

ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ) ୨୧/୦୪/୨୪: ଭଞ୍ଜନଗର ରୁ ବିଜେଡି ଭଞ୍ଜନଗର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼. ଅଚ୍ୟୁତାନନ୍ଦ ସାମନ୍ତଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ ବାଇକ୍ ଶୋଭାଯାତ୍ରାରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ନିକଟସ୍ଥ ବିଡେକା ଭବନ ଠାରୁ ବାହାରି ଭେଜିପୁଟ, ରେଡକ୍ରସ୍ ରୋଡ, ମେନ୍ ରୋଡ, ବାଗଦେବୀ ରୋଡ ହୋଇ ଜାମପଲ୍ଲୀ ଠାରେ ପହଞ୍ଚିଥିଲା । ସେଠାରେ ବିଜେଡିର କର୍ମୀ ସମାବେଶ ଆୟୋଜିତ ହୋଇଥିଲା । ଶୋଭାଯାତ୍ରା ରେ ନିଜେ ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ଏବଂ ସାଂସଦ ପ୍ରାର୍ଥୀ ଡ଼. ଅଚ୍ୟୁତାନନ୍ଦ ସାମନ୍ତ ଏକ ଖୋଲା ଜିପ୍ ରେ ସହର ପରିକ୍ରମା କରିଥିଲେ । ରାସ୍ତା ପାର୍ଶ୍ବରେ ଉପସ୍ଥିତ ଜନ ସାଧାରଣଙ୍କ ଅଭିବାଦନ ଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନରେ ଜନସାଧାରଣ ସେମାନଙ୍କୁ ସ୍ଵାଗତ କରିବାକୁ ଯାଇ ଉତ୍ତରୀୟ ଏବଂ ଫୁଲମାଳ ପିନ୍ଧାଇ ଥିଲେ । ହଜାର ହଜାର ସମର୍ଥକ ଦଳୀୟ ପତାକା ଧରି ନାରା ଦେଉଥିବା ଦେଖିବାକୁ ମିଳିଥିଲା ।

ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ପର୍ଯ୍ୟବେକ୍ଷକ ସୁବାସ ମହାରଣା, ସାଂସଦ ପ୍ରତିନିଧି ଦିବାକର ନାୟକ, ପଞ୍ଚାନନ ପାଳ, ସ୍ବେଚ୍ଛାସେବୀ ଶୂଳପାଣି ଶତପଥୀ ଙ୍କ ସମେତ ବ୍ଲକ୍ ର ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ମାନେ, ବିଭିନ୍ନ ପଞ୍ଚାୟତର କର୍ମୀମାନେ ଯୋଗ ଦେଇଥିଲେ । ପ୍ରବଳ ଖରା ସତ୍ତ୍ୱେ ନିଜ ପ୍ରିୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ହଜାର ହଜାର ସମର୍ଥକ ଭିଡ଼ ଜମାଇଥିଲେ । ଏହି ଅବସରରେ ଅନ୍ୟ ଦଳ ଛାଡ଼ି ଆସି ବିଜେଡିରେ ଯୋଗ ଦେଇଥିବା ଅସଂଖ୍ୟ କର୍ମୀଙ୍କୁ ସ୍ବାଗତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *