ଜୁଲାଇ ୨୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ, (ଓଡ଼ିଶା ଟୁଡେ) : ଆସନ୍ତା ଜୁଲାଇ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ବାର୍ଷିକ (ଦ୍ଵିତୀୟ) ପରୀକ୍ଷା ଅନୁଷ୍ଠିତ ହେବ। ଥୂପାଇଁ ଓଡ଼ିଶା ମାଧ୍ଯମିକ ଶିକ୍ଷା ପରିଷଦ (ବୋ (ବୋର୍ଡ) ପକ୍ଷରୁ ୮୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ମାଟ୍ରିକ ପରୀକ୍ଷା ଦେଇନଥିବା ଓ ଅକୃତକାର୍ଯ୍ୟ ହୋଇଥ‌ିବା ୯୭୨ ଜଣ ବିଦ୍ୟାର୍ଥୀ ଏହି ପରୀକ୍ଷା ଦେବେ। ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୨୪ ହଜାର ୫୨୦ ଜଣ ପରୀକ୍ଷାର୍ଥୀଙ୍କ ନିମନ୍ତେ ୧୨୧ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ପ୍ରବେଶ ପତ୍ର ଡାଉନ୍ ଲୋଡ କରିପାରିବେ ।

Leave a Reply

Your email address will not be published. Required fields are marked *