
ନୂଆଦିଲ୍ଲୀ : ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏହାର ଠିକ୍ ପୂର୍ବରୁ, ମଙ୍ଗଳବାର ଦିନ ସେ ତୃତୀୟ ଥର ପାଇଁ ଅଧ୍ୟକ୍ଷ ହେବା ଦୌଡ଼ରୁ ନିଜକୁ ବାଦ ଦେଇଥିଲେ। ଗ୍ରେଗ ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ନଥିବାରୁ ଏବେ ବିସିସିଆଇ ସଚିବ ଜୟ ଶାହା ଏହି ପଦବୀ ସମ୍ଭାଳିବେ ବୋଲି କୁହାଯାଉଛି। ଜୟ ଶାହାଙ୍କୁ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ କରାଯିବ ବୋଲି ଜଣାଯାଇଛି ।