୨୨ରେ କେନ୍ଦ୍ରାପଡ଼ା ଜିଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ:ନବୀନଙ୍କୁ ଭେଟିଲେ ଜିଲା ପରିଷଦ ସଭ୍ୟ

ଭୁବନେଶ୍ୱର (ଓଡ଼ିଶା ଟୁଡେ) : ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନବୀନ ନିବାସଠାରେ କେନ୍ଦ୍ରାପଡ଼ା ଜିଲାର ଦଳୀୟ ବିଧାୟକ ଓ ପରାଜିତ ବିଧାୟକ ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ଜିଲା ପରିଷଦ ସଭ୍ୟମାନଙ୍କ ସହ ବୈଠକ କରିଛନ୍ତି । ଏଥିରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ଯେଭଳି ବିଜେଡି ନିକଟରେ ରହିବ ତାହା ସୁନିଶ୍ଚିତ କରିବାକୁ ନବୀନ ପରାମର୍ଶ ଦେଇଥିବା ଜଣାପଡ଼ିଛି । ଦଳର ଜିଲା ପରିଷଦ ସଭ୍ୟମାନେ ସମସ୍ତେ ଦଳୀୟ ନିଷ୍ପତ୍ତିକୁ ମାନିବେ ବୋଲି ଏକ ସ୍ବରରେ କହିଛନ୍ତି। ଅନ୍ୟପକ୍ଷରେ ବୁଧବାର ସା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି ।
ଦଳ ପକ୍ଷରୁ ୩ ଜଣଙ୍କ ନାଁ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଚୂଡ଼ାନ୍ତ କରାଯାଇ ବିଜେଡି ସଭାପତିଙ୍କୁ ଦିଆଯାଇଥିବା ଜଣାପଡ଼ିଛି । ବିଜେଡିର ଜିଲା ପରିଷଦ ସଭ୍ୟ ସଂଖ୍ୟା ଅଧିକ ଥିବାରୁ ଜିଲା ପରିଷଦ ଅଧ୍ୟକ୍ଷ ପଦ(ଅଣସଂରକ୍ଷିତ)କୁ ଏକପାଖିଆ ଭାବେ ଦଖଲ କରିବାକୁ ଦଳ ପକ୍ଷରୁ ଯୋଜନା କରାଯାଉଛି।
କେନ୍ଦ୍ରାପଡ଼ା ଜିଲା ପରିଷଦର ମୋଟ ୩୨ଟି ଆସନ ମଧ୍ୟରୁ ବିଜେଡି ପ୍ରାର୍ଥୀ ୩୧ଟି ଆସନ ଓ ଭାଜପା ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଥିଲେ । ଦଳ ୧୩ ନମ୍ବର ଜୋନ୍‌ ସଭ୍ୟ ଗୀତାଞ୍ଜଳି ସେଠୀଙ୍କୁ ଜିଲା ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ କରି ଜିତାଇଥିଲା । କିନ୍ତୁ ସେ ଗତ ସାଧାରଣ ନିର୍ବାଚନରେ ବିଜେଡିରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇ କେନ୍ଦ୍ରାପଡ଼ାରୁ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କ ଇସ୍ତଫା ପରେ ଅଧ୍ୟକ୍ଷ ପଦବୀ ଖାଲି ରହିଛି। ୨୨ ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥତ୍ପତ୍ର ଦାଖଲ, ୧୧ଟାରୁ ସାଢ଼େ ୧୧ଟା ମଧ୍ୟରେ ପ୍ରାର୍ଥତ୍ପତ୍ର ଯାଞ୍ଚ ହେବ। ପୂର୍ବାହ୍ନ ୧୨ଟାରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଓ ଆବଶ୍ୟକତା ପଡ଼ିଲେ ସାଢ଼େ ୧୨ଟାରୁ ୨ଟା ମଧ୍ୟରେ ଭୋଟିଂ କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *