
ନୂଆଦିଲ୍ଲୀ: ତ୍ରିପୁରାରେ ଭୟଙ୍କର ଭୂସ୍ଖଳନ । ଚାଲିଗଲା ୭ ଜଣଙ୍କ ଜୀବନ ଓ ୨ ଜଣ ନିଖୋଜ ରହିଛନ୍ତି । ଲଗାତାର ବର୍ଷା କାରଣରୁ ରାଜ୍ୟର ପ୍ରାୟ ଅଞ୍ଚଳରେ ଭୂସ୍ଖଳନ ହେବାରେ ଲାଗିଛି । ଦକ୍ଷିଣ ତ୍ରିପୁରାର ଦେବୀପୁର ଜିଲ୍ଲାରେ ସୋମବାର ରାତି ସାରା ବର୍ଷା ଲାଗି ରହିଥିଲା । ଯାହା ଫଳରେ ଭୟଙ୍କର ଭୂସ୍ଖଳନ ହୋଇଛି ।