ପୁଲିସ ସାମ୍ନାରେ ଦୁଷ୍କର୍ମକାରୀର ଦାବି, ‘ଏସବୁ କ’ଣ ଘଟିଛି ମୁଁ କିଛି ଜାଣିନାହିଁ, ଯାହା ହୋଇଛି ସ୍ବପ୍ନରେ’

ନୂଆଦିଲ୍ଲୀ: ଫିଲ୍ମ ଷ୍ଟୁଡିଓରେ ପଢ଼ୁଥିବା ଜଣେ ଛାତ୍ରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଛାତ୍ର ଜଣକ  ଶୋଇଥିବା ସମୟରେ ଦୁଇଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି ।

ଅଭିଯୋଗ କରିଥିବା ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ,‘ମୁଁ ନିଘୋଡ ନିଦରେ ଶୋଇଥିବା ବେଳେ  ଅଭିଯୁକ୍ତ ୟାକସଲେ ମୋ ସହିତ ଦୁଷ୍କର୍ମ କରିଥିଲା। ଯେତେବେଳେ  ନିଦ ଭାଙ୍ଗିଥିଲା ମୋ ସହିତ କ’ଣ ଘଟିଛି ମୁଁ ପ୍ରଥମେ କିଛି ବୁଝି ପାରି ନଥିଲି।  ପରେ ମୋ ସାମ୍ନାରେ ୟାକସଲେ ଛିଡ଼ା ହୋଇଥିବା ସହ ଗୁପ୍ତାଙ୍ଗରେ ଯନ୍ତ୍ରଣା ହେବାରୁ ଜାଣିଲି ମୋ ସହ ସେ ଦୁଷ୍କର୍ମ କରିଛି। ମୁଁ ତାକୁ ଏହି ଘଟଣା ବିଷୟରେ ପଚାରିବାରୁ ସେ କିଛି ଜାଣି ନାହିଁ ବୋଲି କହିଥିଲା। ଏହାପରେ ମୁଁ ପୁଲିସରେ ଅଭିଯୋଗ କରିଥିଲି ।’

ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ୟାକସଲେକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ହାଜର ହୋଇ ଅଭିଯୁକ୍ତ ୟାକସଲେ କହିଥିଲା, ‘ ଆଜ୍ଞା ଏସବୁ କ’ଣ ଘଟିଛି ମୁଁ ଜାଣି ନାହିଁ। ଏସବୁକୁ ତ ମୁଁ ସ୍ବପ୍ନରେ ଦେଖିଥିଲି। ବାସ୍ତବରେ ଏମିତି ଘଟିଛି ବୋଲି ମୁଁ ଜାଣିନାହିଁ ।

Leave a Reply

Your email address will not be published. Required fields are marked *