ଅଧରାତିରେ ଉଠାଜଳସେଚନ ପ୍ରକଳ୍ପରୁ କରୁଥିଲେ ତାର ଚୋରି, ମାଡ଼ି ବସି ବହେ ଛେଚିଲେ ଗ୍ରାମବାସୀ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପାଟୁଳିପୁରା ପଞ୍ଚାୟତର ବେଲାଣପୁରସ୍ଥିତ ଚାଷଜମିରେ ଥିବା ଜନୈକ ବ୍ୟକ୍ତିଙ୍କର ଏକ ଉଠା ଜଳସେଚନ ପ୍ରକଳ୍ପକୁ ଯାଇଥିବା ବିଦ୍ୟୁତ ତାର ଚୋରି କରୁଥିବା ସମୟରେ ଚୋର ଦମ୍ପତିଙ୍କୁ ମାଡି ବସିଲେ ଗ୍ରାମବାସୀ। ଚୋର ଦମ୍ପତି ହେଲେ ବଡ଼ସାହି ଥାନା ଅଧୀନ ଭୀମଦା ଗ୍ରାମର ଶିବଶଙ୍କର ଗିରି ଓ ତାଙ୍କ ସ୍ତ୍ରୀ ରଂଜୁଲତା ଗିରି। ଅଭିଯୋଗ ପରେ ମାମଲା ରୁଜୁକରି ଗିରଫ ଦମ୍ପତିଙ୍କୁ କୋର୍ଟ ଚାଲାଣ କରିଛି ।

ପାଟୁଳିପୁରା ଗ୍ରାମର ପ୍ରତାପ ଚନ୍ଦ୍ର ସାହୁଙ୍କର ବେଲାଣପୁରାସ୍ଥିତ ଚାଷଜମି ମଝିରେ ଦୀର୍ଘଦିନରୁ ଏକ ଉଠା ଜଳସେଚନ ପ୍ରକଳ୍ପ ରହିଛି। ଗ୍ରାମବାସୀଙ୍କ କହିବା ଅନୁଯାଇ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଶିବଶଙ୍କର ଓ ରଞ୍ଜୁଲତା ଉକ୍ତ ସ୍ଥାନରେ ପହଞ୍ଚି ରାସ୍ତା ପାର୍ଶ୍ୱସ୍ଥ ଏକ ପରିତ୍ୟକ୍ତ ଇଟାଭାଟି ଭିତରକୁ ଯିବାର ସେମାନେ ଦେଖିଥିଲେ।  ପରେ ଚୋର ଦମ୍ପତି ନିଜ ସ୍କୁଟି(ଓଡି୦୧ଏ -କ୍ୱିଉ୨୧୯୩)କୁ ସେଠାରେ ଛିଡ଼ାକରି ଚାଷ ବିଲ ଭିତରକୁ ଯିବାର ଦେଖିଥିଲେ, ଯୋଉଁଥିପାଇଁ ତାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ସେମାନେ ଗାଁରୁ ଏକାଧିକ ଲୋକଙ୍କୁ ଡାକି ରାସ୍ତା ପାର୍ଶ୍ୱରେ ଜଗି ବସିଥିଲେ ।

ରାତି ପ୍ରାୟ ୧୨. ୩୦ ସମୟରେ ଉଭୟ ଅଭିଯୁକ୍ତ ଉକ୍ତ ବିଦ୍ୟୁତ ପ୍ରକଳ୍ପକୁ ଯାଇଥିବା ତାରକୁ କାଟି ଆଣି ସ୍କୁଟିରେ ବୋଝେଇ କରି ଚମ୍ପଟ ମାରିବାକୁ ବାହାରିଥିବାବେଳେ ପୂର୍ବରୁ ଜଗି ବସିଥିବା ଗ୍ରାମବାସୀ ମାଡି ବସିଥିଲେ ଓ ଗ୍ରାମକୁ ନେଇ ଆସିଥିଲେ। ଗ୍ରାମବାସୀ ମିଶି ଚୋର ଦମ୍ପତିଙ୍କୁ ବହେ ମାଡ଼ ମାରିଥିଲେ। ପରେ ଗ୍ରାମବାସୀଙ୍କ ସମ୍ମୁଖରେ ଶିବଶଙ୍କର ତାଙ୍କ ଗ୍ୟାଙ୍ଗ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲା। ଗୁରୁବାର ସକାଳୁ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଚୋରି ତାର ଓ ବ୍ୟବହୃତ ସ୍କୁଟିକୁ ଜବତ କରିବା ସହିତ ଉଭୟ ଦମ୍ପତିଙ୍କୁ ଗିରଫ କରି ଥାନାକୁ ନେଇଆସି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଏକ ମାମଲା ରୁଜୁ ପୂର୍ବକ ଦମ୍ପତିଙ୍କୁ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *