ମହିଳା ବାଚସ୍ପତିଙ୍କ ଆଗରେ ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା ପରିଲକ୍ଷିତ ହୋଇଛି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଲେ ବିଜେଡି ବିଧାୟକ। ଏହାପରେ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।
ବିଧାନସଭାରେ ମହିଳା ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ପକ୍ଷରୁ ଉଦ୍ୟମ କରାଯାଇଛି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଗଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *