
ଅନନ୍ୟା ପ୍ରଡକସନ୍ର ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଅପରାହ୍ଣର ସୂର୍ଯ୍ୟ’ ଆଗାମୀ ସେପ୍ଟେମ୍ବର ୫ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ-ନିର୍ଦ୍ଦେଶକ ଅଜୟ କୁମାର ମହାନ୍ତି ସୂଚନା ଦେଇଛନ୍ତି। ରାଜଧାନୀର ଏକ ଭଲ ପ୍ରେକ୍ଷାଳୟରେ ଫିଲ୍ମର ପ୍ରିମିଅର୍ କରାଯିବ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଚଳଚ୍ଚିତ୍ର ଦେଖିବା ଲାଗି ନିମନ୍ତ୍ରଣ କରାଯିବ ।
ମୁଣ୍ଡପୋତା କେଳାଙ୍କ ଉପରେ ଆଧାରିତ ଏହି ଓଡ଼ିଆ ଛବିରେ ମୁଖ୍ୟ ଭୂମିକାରେ ଜୟା ସ୍ବାମୀ, ପ୍ରମୋଦ ରାଉତ, କଳିଙ୍ଗ ଦାଶ, ମୁନ୍ମୁନ୍ ଖୁଣ୍ଟିଆ, ଜାନକୀନାଥ ମିଶ୍ର, ଅଜୟ ମହାନ୍ତି, ସୁସନ୍ଧ୍ୟା ନାରାୟଣୀ ମହାନ୍ତି, ସୋମନାଥ ଦାସ, ଶୁଭମ ସାହୁ, ମାନବୀ ଭଦ୍ର, ବେଣୁ, ରୀନା ମିଶ୍ର, ରାହୁଲ ବିନ୍ଧାଣୀ, ଲଳିତ ବେହେରା ଓ ପୁଲିନ ସାହୁ ପ୍ରମୁଖ ଅଭିନୟ କରିଛନ୍ତି। ‘ଅପରାହ୍ଣର ସୂର୍ଯ୍ୟ’ କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଅଜୟ କୁମାର ମହାନ୍ତି। ମହେନ୍ଦ୍ର ଆଚାର୍ଯ୍ୟ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଥିବା ଏକମାତ୍ର ଗୀତରେ କଣ୍ଠଦାନ କରିଛନ୍ତି ଶୁଭାଶିଷ। ଅଜିତ ଦାସ ଏହାର ଚିତ୍ରଗ୍ରହଣ ଦାୟିତ୍ବ ତୁଲାଇଛନ୍ତି ।