ସୁଭଦ୍ରା ଯୋଜନା ନାଁରେ ମହିଳାଙ୍କୁ ଠକିଛି ବିଜେପି- କଂଗ୍ରେସ

(ଓଡ଼ିଶା ଟୁଡେ) : ବିଜେପି ନେତାମାନେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବା ପରିବର୍ତ୍ତେ ମହିଳାଙ୍କୁ ଠକିଛନ୍ତି। ରାଜ୍ୟରେ ସୁଭଦ୍ରା ଯୋଜନା ନାଁରେ ବିଜେପି ସରକାର ମହିଳାମାନଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ କରିଛି କଂଗ୍ରେସ। ଭୁବନେଶ୍ୱର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିବା ସହ କଂଗ୍ରେସ କହିଛି ଯେ ମିଛ କହି ଭୋଟ ବ୍ୟାଙ୍କ ରାଜନୀତି କରି ମହିଳାଙ୍କୁ ଠକି ଚାଲିଛି ବୋଲି ମତ ଦେଇଛି କଂଗ୍ରେସ। ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଦେବାକୁ ନିର୍ବାଚନ ବେଳେ ଘୋଷଣା କରିବା ସହ ମହିଳାଙ୍କ ସଶକ୍ତିକରଣ ଲାଗି ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲା। ହେଲେ ଶାସନକୁ ଆସିବା ପରେ ପ୍ରତିଶ୍ରୁତି ସବୁ ପାଣିର ଗାର ପାଲଟିଛି। ୬୦ ବର୍ଷର ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ନାହିଁ ଅଥଚ ୬୦ବର୍ଷର ମହିଳା ଦେଶର ଅର୍ଥମନ୍ତ୍ରୀ କେମିତି ହୋଇପାରୁଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *