କଲକାତା ଲଜ୍ଜା; ଅଭୟାଙ୍କୁ ନ୍ୟାୟ ପାଇଁ ମମତାଙ୍କ ବିରୋଧରେ ଛାତ୍ର ସଂଗଠନ ରଣହୁଙ୍କାର

କଲକାତା: ଅଭୟାଙ୍କୁ ନ୍ୟାୟ ଦାବିରେ ମମତାଙ୍କ ବିରୋଧରେ ଗର୍ଜିବେ ଛାତ୍ର ସଂଗଠନ। ଟିଏମସି ସରକାରଙ୍କ ବିରୋଧରେ ବଡ ବିକ୍ଷୋଭ କରିବାକୁ ଆହ୍ୱାନ ଦେଇଛନ୍ତି ଛାତ୍ର ସଂଗଠନ। କଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନ କରିବେ ଛାତ୍ର ସଂଗଠନ। ଏଥିପାଇଁ କଲକାତା ପୁଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ୬ହଜାର ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଆରଜି.କର ମେଡିକାଲ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ।

Leave a Reply

Your email address will not be published. Required fields are marked *