ମହିଳା ଡାକ୍ତରଙ୍କ ଚୁଟି ଘୋଷାଡି ମାଡ଼ ମାରିଲେ ନିଶାଗ୍ରସ୍ତ ରୋଗୀ

ହାଇଦ୍ରାବାଦ: ସାରା ଦେଶ ଏବେ କୋଲକା‌ତାରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ କରାଯାଇଥିବା ହତ୍ୟା ଘଟଣାକୁ ନେଇ ବିରୋଧ କରୁଛି। ଡାକ୍ତରଖାନାରେ ହିଁ ଡାକ୍ତର ସୁରକ୍ଷିତ ନଥିବାରୁ ସୁରକ୍ଷା ମାଗୁଛନ୍ତି ଡାକ୍ତର। ଏମଧ୍ୟରେ ଆନ୍ଧ୍ରପ୍ରଦେଶରେ ଜଣେ ମହିଳା ଡାକ୍ତରଙ୍କ ଚୁଟି ଘୋଷାଡି ତାଙ୍କୁ ମାଡ଼ ମରାଯାଇଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଭାଇରାଲ ହେବା ପରେ ଆନ୍ଦୋଳନର କୌଣସି ପ୍ରଭାବ ପଡ଼ିନଥିବା ସ୍ପଷ୍ଟ ହୋଇଛି। କୁହାଯାଉଛି ଯେ, ନିଶାଗ୍ରସ୍ତ ଅବସ୍ଥାରେ ରୋଗୀଜଣକ ଡାକ୍ତରଙ୍କୁ ମାଡ଼ ମାରିଥିଲେ ।

ଏକ୍ସରେ ଡାକ୍ତର ଧ୍ରୁବ ଚୌହାନ୍ ଘଟଣାର ଭିଡିଓ ସେୟାର କରିଥିବା ବେ‌ଳେ ତିରୁପତିରେ ଥିବା ଶ୍ରୀ ଭେଙ୍କଟେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏସଭିଆଇଏମଏସ)ରେ ଏହି ଘଟଣା ଘଟିଥିବା ଦାବି କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ, ବିଭିନ୍ନ ଡାକ୍ତର, ରୋଗୀଙ୍କ ଚିକିତ୍ସାରେ ଲାଗିଥିବା ବେଳେ ହଠାତ୍ ଜଣେ ରୋଗୀ, ମହିଳା ଡାକ୍ତରଙ୍କ ଚୁଟି ଘୋଷାଡି ତାଙ୍କ ମୁଣ୍ଡକୁ ହସ୍ପିଟାଲ ବେଡରେ ପିଟି ଦେଉଛନ୍ତି। ଏହା ଦେଖି ଉପସ୍ଥିତ ଥିବା ଡାକ୍ତର ରୋଗୀଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *