ଏତେ କୋଟିର ମାଲିକ ମଲୟାଲମ ସୁପରଷ୍ଟାର ମୋହନଲାଲ

ନୂଆଦିଲ୍ଲୀ : ହେମା କମିଟି ରିପୋର୍ଟ ଆସିବା ପରେ ମଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ କଳାକାର ଏବଂ ନିର୍ଦ୍ଦେଶକଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଲାଗିଛି। ଏହାପୂର୍ବରୁ ଅଭିନେତା ସିଦ୍ଦିକି ଏବଂ ନିର୍ଦ୍ଦେଶକ ରଣଜିତଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଲାଗିଥିଲା। ଏହା ପରେ ସିଦ୍ଦିକି ଆସୋସିଏସନ ଅଫ୍ ମଲୟାଲମ ମୁଭି ଇଣ୍ଡଷ୍ଟ୍ରି (ଏଏମଏମଏ)ରୁ ଇସ୍ତଫା ଦେବା ସହ ମୋହନଲାଲ ଏଏମଏମଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ ।

ତାଙ୍କ ଇସ୍ତଫା ପରେ ଏବେ ତାଙ୍କର ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଭିନ୍ନ ଭାଷାରେ ସେ ୩୨୫ଟି ଫିଲ୍ମ କରିଛନ୍ତି। ତାଙ୍କୁ ତାଙ୍କ ଅଭିନୟ ପାଇଁ, ପଦ୍ମ ଶ୍ରୀ, ପଦ୍ମ ଭୂଷଣ, ୫ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଫିଲ୍ମଫେୟାର ଆୱାର୍ଡ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। କୁହାଯାଉଛି ଯେ, ସେ ମୋଟ ୩୭୬କୋଟି ଟଙ୍କାର ମାଲିକ ଅଟନ୍ତି। ପ୍ରତିଟି ଫିଲ୍ମ ପାଇଁ ସେ ୮-୧୭କୋଟି ଟଙ୍କା ଆୟ କରନ୍ତି। ବିଭିନ୍ନ ବିଜ୍ଞାପନ ଓ ନିବେଶ କରି ମଧ୍ୟ ସେ ଟଙ୍କା ଆୟ କରିଥାନ୍ତି। ତାଙ୍କ ପାଖରେ କୋଟି କୋଟି ଟଙ୍କାର ଘର ଥିବା ସହ ରେଞ୍ଜ ରୋଭର ଅଟୋବାୟୋଗ୍ରାଫି, ଟୟୋଟା ଭେଲଫାୟାର, ଟୟୋଟା ଲ୍ୟାଣ୍ଡ କ୍ରୁଜର, ମର୍ସିଡିଜ୍ ବେଞ୍ଜ ଜିଏଲ୩୫୦ ଏବଂ ଲାମ୍ବୋରଗିନି ଉରୁଷ ଭଳି ବିଳାସପୂର୍ଣ୍ଣ ଗାଡ଼ି ରହିଛି। ବୁର୍ଜ ଖଲିଫାରେ ମଧ୍ୟ ତାଙ୍କର ଏକ ଆପର୍ଟମେଣ୍ଟ ଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *