ଜାତୀୟ କ୍ରୀଡା ଦିବସରେ ମିନି ମାରାଥନ

ସୁନ୍ଦରଗଡ଼: ହକି ଯାଦୁକର ଧ୍ୟାନଚାନ୍ଦଙ୍କର ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ସାରା ଦେଶ ପାଳନ କରୁଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କ୍ରୀଡା ଦିବସ ପାଳନ କରାଯାଇଛି ।

 ଏହି ଅବସରରେ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା।  ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରୁ  ନୂତନ ବସ ଷ୍ଟାଣ୍ଡ ଛକ ପର୍ଯ୍ୟନ୍ତ ଏହି ମାରାଥନ ଆୟୋଜନ କରାଯାଇଥିଲା।

ନିଜେ ଫିଟ୍ ରହିବା ସହ ନିଜ ପରିବାର ଏବଂ ପାଖ ପଡିଶାଙ୍କୁ ମଧ୍ୟ ଫିଟ୍ ରହିବା ପାଇଁ ଶପଥ ନେବା ପରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ମାରାଥନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । 

ଏଥିରେ ସ୍ପୋର୍ଟସ ଆଥୋରିଟି ଅଫ ଇଣ୍ଡିଆ ଛାତ୍ରାବାସ ଏବଂ ଓଡ଼ିଶା ସ୍ପୋର୍ଟସ ଛାତ୍ରାବାସ ର କ୍ରୀଡାବିତ ଏବଂ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଏହି ଅବସରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ବିଶ୍ବ କେସନ ପାଣ୍ଡେ, ଜିଲ୍ଲା କ୍ରୀଡା ସାଂସଦ ସଂପାଦକ ପ୍ରଭାତ ଭୋଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *