ବନ୍ୟା ବନ୍ଦ ନ ହେବାରୁ ୩୦ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ !

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍  ୩୦ ଜଣ ଉଚ୍ଚ ପଦାଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ସେମାନେ  ବିନାଶକାରୀ ବନ୍ୟାକୁ ରୋକିବାରେ ବିଫଳ ହୋଇଥିଲେ ।

ଦକ୍ଷିଣ କୋରିଆ ନ୍ୟୁଜ୍ ଏଜେନ୍ସି ଚୋସୁନ୍ ଟିଭି ଅନୁଯାୟୀ ଉତ୍ତର କୋରିଆର ଅଧିକାରୀମାନେ କହିଛନ୍ତି ଯେ ଯେଉଁ ପଦାଧିକାରୀଙ୍କ ଉପସ୍ଥିତିରେ ବନ୍ୟାରେ ଲୋକମାନେ ପ୍ରାଣ ହରାଇଛନ୍ତି। ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଉତ୍ତର କୋରିଆର ଚାଗାଙ୍ଗ ପ୍ରଦେଶରେ ଭୟଙ୍କର ବନ୍ୟା ଯୋଗୁଁ ୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ।

ଅଗଷ୍ଟ ଶେଷରେ ଉତ୍ତର କୋରିଆରେ ଏକଛତ୍ରବାଦୀ ଶାସକ କିମଙ୍କ ନିର୍ଦ୍ଦେଶରେ  ଏକ ସମୟରେ ଦଳର ପ୍ରମୁଖ  ୩୦ ବ୍ୟକ୍ତିବିଶେଷଙ୍କୁ ମୃତ୍ୟୁଦଣ୍ଡ ଦିଆ ଯାଇଥିଲା। ଚାଙ୍ଗଙ୍ଗ ପ୍ରଦେଶର ବରଖାସ୍ତ ହୋଇଥିବା ଦଳର ସଚିବ କାଙ୍ଗ ବଙ୍ଗ ହୁନ୍ ମଧ୍ୟ ଧରାପଡିଛନ୍ତି ।

ଉତ୍ତର କୋରିଆର ନ୍ୟୁଜ୍ ଏଜେନ୍ସି କେସିଏନ୍ଏ ଅନୁଯାୟୀ କିମ ଜୋଙ୍ଗ ଉନ୍ ଅଧିକାରୀମାନଙ୍କୁ କହିଛନ୍ତି ଯେ ଯେଉଁମାନେ ବିପର୍ଯ୍ୟୟକୁ ରୋକିବା ପାଇଁ ନିଜର ଦାୟିତ୍ବ ପୂରଣ କରିପାରିନାହାଁନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ।

ସୂଚନାଯୋଗ୍ୟ, ଜୁଲାଇ ମାସରେ ଉତ୍ତର କୋରିଆରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତିରେ ୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ହଜାର ହଜାର ଘର ନଷ୍ଟ ହୋଇଯାଇଥିଲା। କିମ ଜୋଙ୍ଗ ବ୍ୟକ୍ତିଗତ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *