
ସିଙ୍ଗାପୁର ସିଟି: ବ୍ରୁନେଇ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରରେ ପହଞ୍ଚିଛନ୍ତି। ୬ ବର୍ଷ ପରେ ସେ ସିଙ୍ଗାପୁର ଗସ୍ତ କରିଛନ୍ତି। ଯେଉଁଠାରେ ସରକାର ନିକଟରେ ପରିବର୍ତ୍ତନ ହୋଇଛନ୍ତି। ଲରେନ୍ସ ୱଙ୍ଗ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ଭାରତର ଆକ୍ଟ ଇଷ୍ଟ ନୀତି ପାଇଁ ପିଏମ ମୋଦୀଙ୍କ ସିଙ୍ଗାପୁର ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହାପୂର୍ବରୁ ସେ ବ୍ରୁନେଇର ପ୍ରଧାନମନ୍ତ୍ରୀ ତଥା ସୁଲତାନ ହାଜି ହାସନଲ ବୋଲକିଆଙ୍କୁ ଭେଟିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ସିଙ୍ଗାପୁରରେ ଥିବା ହୋଟେଲରେ ପହଞ୍ଚିବା ମାତ୍ରେ। ସେଠାରେ ଉପସ୍ଥିତ ଥିବା ଭାରତୀୟ ସମ୍ପ୍ରଦାୟର ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଲୋକଙ୍କୁ ଅଟୋଗ୍ରାଫ୍ ଦେଇଥିଲେ। ଭାରତୀୟ ମୂଳ ମହିଳାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରାଖୀ ବାନ୍ଧିଥିଲେ। ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।
ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ଉତ୍ସାହ ଦେଖି ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଢୋଲ ବଜାଇଥିଲେ। ଲୋକେ ‘ଗଣପତି ବାପ୍ପା ମୋରିଆ’ ସ୍ଲୋଗାନ ଦେଇଥିଲେ ।
ଏସିଆନ(ଏଏସଇଏଏନ)ଦେଶ ମଧ୍ୟରେ ସିଙ୍ଗାପୁର ହେଉଛି ଭାରତର ସବୁଠାରୁ ବଡ ବାଣିଜ୍ୟ ଭାଗିଦାରୀ। ଏହି ଗସ୍ତ ସମୟରେ ପିଏମ ମୋଦୀ ବ୍ୟବସାୟିକ ନେତା ତଥା ବହୁ ବଡ କମ୍ପାନୀର ସିଇଓଙ୍କୁ ଭେଟିବେ। ଏହି କାରଣରୁ ଦକ୍ଷିଣ ଚୀନ୍ ସାଗର ଏବଂ ମିଆଁମାର ପରି ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇପାରେ ।