ଏହି ବର୍ଷ ସୁଦ୍ଧା ଭାରତରେ ପେଟ୍ରୋଲ-ଡିଜେଲ ଯାନ ବିକ୍ରି ବନ୍ଦ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଯାନ ତୁଳନାରେ ବୈଦ୍ୟୁତିକ ଯାନ କମ୍ ପ୍ରଦୂଷଣ ସୃଷ୍ଟି କରିଥାଏ। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁ ଲୋକମାନେ ବର୍ତ୍ତମାନ ସିଏନଜି  ଏବଂ ବୈଦ୍ୟୁତିକ ଯାନ ଆଡକୁ ମୁହାଁଉଛନ୍ତି ।

ଆଗାମୀ ସମୟରେ ଭାରତ ସରକାର ଇଥାନଲ ଏବଂ ଫ୍ଲେକ୍ସ ଇନ୍ଧନରେ କାର ଚଳାଇବାକୁ ଯୋଜନା କରିଛନ୍ତି। ଯାହା ଲୋକଙ୍କ ପାଇଁ  ଗାଡ଼ି ଚଳାଇବା ମୂଲ୍ୟ ହ୍ରାସ କରିବ ଏବଂ ପ୍ରଦୂଷଣ କମ୍  କରିବାରେ ମଧ୍ୟ ସହାୟକ ହେବ ।

ସୂଚନାନୁସାରେ, ଭାରତ ସମେତ ସାରା ବିଶ୍ୱରେ ସରକାର ନିଜ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଯାନ ବିକ୍ରି ବନ୍ଦ କରିବାକୁ ଯୋଜନା କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏହାକୁ ଦୃଷ୍ଟିରେ ରଖି ୨୦୨୫ ସୁଦ୍ଧା ଉତ୍ତର ୟୁରୋପରେ ନରୱେରେ ପେଟ୍ରୋଲ ଏବଂ ଡିଜେଲ  ଚାଳିତ ଗାଡ଼ି ବିକ୍ରି ବନ୍ଦ ହୋଇଯିବ ।

୨୦୪୦ ସୁଦ୍ଧା ଭାରତରେ ପେଟ୍ରୋଲ ଏବଂ ଡିଜେଲ ଚାଳିତ ଗାଡ଼ି ବିକ୍ରି ବନ୍ଦ କରିବାକୁ  ଲକ୍ଷ୍ୟ  ରଖାଯାଇଛି। ଏହା ସହିତ ପଡୋଶୀ ଦେଶ ଚୀନ୍‌ରେ ୨୦୩୫ ସୁଦ୍ଧାପେଟ୍ରୋଲ ଏବଂ ଡିଜେଲ ଗାଡ଼ି  ବିକ୍ରି ବନ୍ଦ କରିବାକୁ ଯୋଜନା କରାଯାଇଛି। ଏହା ବ୍ୟତୀତ ୨୦୨୯ ଏବଂ ୨୦୩୦ରେ ବେଲଜିୟମ, ଜର୍ମାନୀ, ଗ୍ରୀସ୍ ଏବଂ ସ୍ୱିଡେନରେ ଏହି ଯାନଗୁଡିକର ବିକ୍ରୟ ବନ୍ଦ ହେବ ।

ସୁପ୍ରିମକୋର୍ଟରେ ଉପସ୍ଥାପିତ ହୋଇଥିବା ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଯାନ ଅପେକ୍ଷା ଡିଜେଲ ଯାନ ଅଧିକ କାର୍ବନ ଡାଇଅକ୍ସାଇଡ ସୃଷ୍ଟି କରିଥାଏ। ରିପୋର୍ଟରେ କୁହାଯାଇଛି ଯେ ପେଟ୍ରୋଲ ଯାନ ଅପେକ୍ଷା ଡିଜେଲ ଯାନ ଅଧିକ NOx ଏବଂ PM କଣିକା ଉତ୍ପାଦନ କରିଥାଏ ।

ଗବେଷକ କହିଛନ୍ତି ଯେ ଗୋଟିଏ ଡିଜେଲ ଯାନ ୨୪ ପେଟ୍ରୋଲ ଯାନ ଏବଂ ୪୦ ସିଏନଜି ଯାନ  ଭଳି  ପ୍ରଦୂଷଣ ସୃଷ୍ଟି କରିଥାଏ। ତେଣୁ ପେଟ୍ରୋଲ ଏବଂ ଡିଜେଲ ଚାଳିତ ଗାଡ଼ିର ବ୍ୟବହାର ବନ୍ଦ କରିବା ସହିତ ସବୁଜ ପୃଥିବୀର ସୁରକ୍ଷା ପାଇଁ ବିଶ୍ବସ୍ତରରେ ବିଭିନ୍ନ ଦେଶ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।

କେଉଁ ଦେଶରେ ଡିଜେଲ ଏବଂ ପେଟ୍ରୋଲ ଯାନର ବିକ୍ରୟ କେବେ ବନ୍ଦ ହେବ?

୨୦୨୫

ନରୱେ 


୨୦୩୦

ଆଇସଲ୍ୟାଣ୍ଡ
ଇସ୍ରାଏଲ
ନେଦରଲ୍ୟାଣ୍ଡ
ଡେନମାର୍କ

୨୦୩୫

କାନାଡା 
ଚିଲି
ଚୀନ୍
ଇଟାଲୀ
ଜାପାନ
ଦକ୍ଷିଣ କୋରିଆ
ପର୍ତ୍ତୁଗାଲ୍
ଥାଇଲ୍ୟାଣ୍ଡ
ବ୍ରିଟେନ
ଯୁକ୍ତରାଷ୍ଟ୍ର ଆମେରିକା

୨୦୪୦

ଭାରତ
ପାକିସ୍ତାନ
ଅଷ୍ଟ୍ରିଆ
କ୍ରୋଏସିଆ
ମିଶର
ଏଲ ସାଲଭାଡୋର 
ଆୟର୍ଲାଣ୍ଡ 
ମେକ୍ସିକୋ 
ନ୍ୟୁଜିଲ୍ୟାଣ୍ଡ
ପୋଲାଣ୍ଡ
ସ୍ପେନ୍
ତୁର୍କୀ

Leave a Reply

Your email address will not be published. Required fields are marked *