ବିଧାନସଭାରେ ରେଭେନ୍‌ସା ଝଡ଼: ଶୂନ୍ୟକାଳରେ ଶାସକ ବିରୋଧୀ ମୁହାଁମୁହିଁ

ଭୁବନେଶ୍ବର: ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ପରିର୍ତ୍ତନକୁ ନେଇ ଗୁରୁବାର ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଶୂନ୍ୟକାଳରେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଏବଂ ବିଜେଡ଼ି ବିଧାୟକ ଏହି ପ୍ରସଙ୍ଗରେ ଶାସକ ବିଜେପିକୁ ଘେରିଛନ୍ତି ।

୧୫୬ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନକୁ ନ’ଅଙ୍କ ଦୁର୍ଭିକ୍ଷ ସହିତ ଯୋଡ଼ି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେଡ଼ି ବିଧାୟକ ବ୍ୟୋମକେଶ ରାୟ ଦାବି କରିଛନ୍ତି । 

ଏହାର ଜବାବରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ବିରୋଧୀଙ୍କ ଦାବି ସତ୍ୟକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି।  ବିରୋଧୀ ଅଭିଯୋଗ କରିଛନ୍ତି ଯେ ଏଭଳି କାର୍ଯ୍ୟ ଦ୍ବାରା ସରକାର କଟକବାସୀଙ୍କ ମାନସିକତାକୁ ଆଘାତ ଦେଇଛନ୍ତି ।

 ଏହି ପ୍ରସଙ୍ଗରୁ ରାଜ୍ୟ ସରକାର ନ ଓହରିଲେ ଆଗାମୀ ଦିନରେ ରାଜ୍ୟରେ ଆନ୍ଦୋଳନ ତୀବ୍ର ହେବ। ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସରକାର ଜାଣିଶୁଣି ଏଭଳି କାର୍ଯ୍ୟ କରୁଥିବା ବିରୋଧୀ ଦଳଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।

Leave a Reply

Your email address will not be published. Required fields are marked *