ଗାଡ଼ି ଚୋରି ଗ୍ୟାଙ୍ଗକୁ ଧରିଲା ପୁଲିସ: ୩୦ ବାଇକ୍ ଜବତ, ୭ ଗିରଫ

କୋଇଡ଼ା/ରାଉରକେଲା: ପାର୍ବଣ ପୂର୍ବରୁ କୋଇଡ଼ା ଓ କେ ବଲାଙ୍ଗ ପୁଲିସକୁ ମିଳିଛି ବଡ଼ ସଫଳତା। ଗାଡ଼ି ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ୍। ପୁଲିସ୍ ସାତ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ତିରିଶଟି ବାଇକ୍ ଜବତ୍ କରିଛି। ଗିରଫ ସାତ ଜଣଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଅନ୍ୟମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବୋଲି ଜଣାଯାଇଛି ।

 ଦୁଇ ବର୍ଷ ଧରି କୋଇଡ଼ା ଏବଂ କେ ବଲାଙ୍ଗ ଅଞ୍ଚଳରେ ବଢ଼ିଥିଲା ବାଇକ୍ ଚୋରି। ଚୋରି ପରେ କେନ୍ଦୁଝରର ଯୋଡ଼ା ଏବଂ ଝାରଖଣ୍ଡ ଅଞ୍ଚଳରେ ଲୁଚେଇ ରଖି ବିଭିନ୍ନ ଚୋରି ଡକାୟତି କାର୍ଯ୍ୟରେ ସେଗୁଡ଼ିକୁ ନିୟୋଜିତ କରୁଥିଲେ ଚୋର। ବହୁ ଦିନ ଧରି ଚ୍ରାକିଂ କଲା ପରେ ମିଳିତ ଭାବେ କୋଇଡ଼ା ଏବଂ କେ ବଲାଙ୍ଗ ପୁଲିସ୍ କୁ ସଫଳତା ମିଳିଛି। ଏ ନେଇ ଆଜି ନିଜେ ରାଉରକେଲା ଡିଆଇଜି ତଥା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟ ସାମ୍ବାଦିକ ସମ୍ମିଳନୀ କରି ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *