ମଙ୍କିପକ୍ସ ପାଇଁ ରାଜ୍ୟମାନଙ୍କୁ ଜାରି ହେଲା ନିୟମାବଳୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା ବିପଜ୍ଜନକ ରୋଗ ମଙ୍କିପକ୍ସ (ଏମପକ୍ସ) ଭାରତରେ ପ୍ରବେଶ କରିସାରିଛି ।  ଜଣେ ବିଦେଶ ଫେରନ୍ତା ଯୁବକଙ୍କଠାରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଛି । ଏହା ପରେ କେନ୍ଦ୍ର ସରକାର ସତର୍କ ହୋଇ ରାଜ୍ୟମାନଙ୍କୁ ଗାଇଡଲାଇନ ଜାରି କରିଛନ୍ତି ।

ଏହି ବିପଜ୍ଜନକ ରୋଗର ଭୂତାଣୁ ଆଫ୍ରିକାରୁ ୟୁରୋପ ଓ ଆମେରିକାକୁ ବ୍ୟାପିଛି। ଏବେ ଭାରତ ମଧ୍ୟ ଏହି ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟର ଶିକାର ହୋଇପାରେ । ଅନ୍ୟପକ୍ଷରେ କେନ୍ଦ୍ର ସରକାର ସୋମବାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଗୋଷ୍ଠୀ ସ୍ତରରେ ମଙ୍କିପକ୍ସର ସମସ୍ତ ସନ୍ଦିଗ୍ଧ ରୋଗୀଙ୍କ ସ୍କ୍ରିନିଂ ଓ ପରୀକ୍ଷା କରିବା ଏବଂ ଉଭୟ ସନ୍ଦିଗ୍ଧ ଓ ନିଶ୍ଚିତ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଆଇସୋଲେସନ ସୁବିଧା ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସରକାର ସୋମବାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଗୋଷ୍ଠୀ ସ୍ତରରେ ମଙ୍କିପକ୍ସର ସମସ୍ତ ସନ୍ଦିଗ୍ଧ ରୋଗୀଙ୍କ ସ୍କ୍ରିନିଂ ଓ ପରୀକ୍ଷା କରିବା ଏବଂ ଉଭୟ ସନ୍ଦିଗ୍ଧ ଓ ନିଶ୍ଚିତ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଆଇସୋଲେସନ ସୁବିଧା ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର ସୋମବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଲୋକଙ୍କ ମଧ୍ୟରେ ଅନାବଶ୍ୟକ ଗୁଜବକୁ ରୋକିବାକୁ କହିଛନ୍ତି। ସତର୍କ ରହିବା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି। ବିଶେଷ କରି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରିବା, ଡାକ୍ତରଖାନାଗୁଡ଼ିକରେ ଆଇସୋଲେସନ୍ ସୁବିଧା ଚିହ୍ନଟ କରିବା ଏବଂ ଏଭଳି କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଲଜିଷ୍ଟିକ୍ ଏବଂ ତାଲିମପ୍ରାପ୍ତ ମାନବ ସମ୍ବଳଉପଲବ୍ଧତା ସୁନିଶ୍ଚିତ କରିବାକୁ ସେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଥିଲେ ।

Leave a Reply

Your email address will not be published. Required fields are marked *