କୁକୁରଙ୍କ ପାଇଁ ଶ୍ମଶାନ କରିବେ ସରକାର

ଭୁବନେଶ୍ୱର: କୁକୁରଙ୍କ ପାଇଁ ଶ୍ମଶାନ କରିବେ ସରକାର। ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର କିଛି ପ୍ରମୁଖ ସହରରେ ଶ୍ମଶାନ କରାଯିବ। ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ନଗର ଉନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଲିଖିତ ଭାବେ କହିଛନ୍ତି, ଯଦିଓ ଏବେ ଯାଏ ବିଭାଗ ଏ କଥାକୁ ବିଚାର କରି ନାହିଁ। କିନ୍ତୁ ବିଧାୟିକାଙ୍କ ଏହି ପ୍ରସ୍ତାବ ପ୍ରଶଂସନୀୟ ତେଣୁ ପରିବେଶ ଦିଗ ଏବଂ ଜନସ୍ୱାସ୍ଥ୍ୟ ସୁବିଧାକୁ ମୂଲ୍ୟାଙ୍କନ କରି ସମ୍ପୃକ୍ତ କ୍ଷେତ୍ରର ହିତାଧିକାରୀ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏଭଳି ସୁବିଧା ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *