ମୋଦୀଙ୍କ ପରିବାରରେ ନୂଆ ସଦସ୍ୟ: ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଜଣେ ନୂତନ ଅତିଥି ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଦେଶବାସୀଙ୍କୁ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ବାସଭବନରେ ଥିବା ଗୋମାତା ଏକ ବାଛୁରୀ ଜନ୍ମ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନୂତନ ଅତିଥିଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଏହା ଆମ ଶାସ୍ତ୍ରରେ କୁହାଯାଇଛି – ଗାଭଃ ସର୍ବସୁଖ ପ୍ରଦାଃ ।

ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ପରିବାରରେ  ନୂତନ ସଦସ୍ୟ ଶୁଭ ଆଗମନ କରିଛନ୍ତି। ବାଛୁରୀର କପାଳରେ ଧଳା ଚିହ୍ନ ରହିଛି। ତେଣୁ, ମୁଁ ଏହାର ନାମ ‘ଦୀପଜୋତି’ ରଖିଛି ବୋଲି ମୋଦୀ ସୋସିଆଲ ମିଡ଼ିଆରେ ସୂଚନା ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଗୋମାତା ଏବଂ ବାଛୁରୀ ପ୍ରତି ତାଙ୍କର ସ୍ନେହ ଏବଂ ଆନ୍ତରିକତା ଲୋକଙ୍କ ହୃଦୟକୁ ସ୍ପର୍ଶ କରୁଛି। ୫୦ ମିନିଟ ମଧ୍ୟରେ  ପ୍ରାୟ ତିନି ଲକ୍ଷ ଲୋକ ଏହି ଭିଡ଼ିଓକୁ ଦେଖି ସାରିଛନ୍ତି ।

Leave a Reply

Your email address will not be published. Required fields are marked *