ଭୁବନେଶ୍ୱର ଆସୁଥିବା ନେଇ ‘ଏକ୍ସ’ରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ୭୪ତମ ଜନ୍ମଦିନ। ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶା ଗସ୍ତ ରହିଛି। ସେ ଗୁଜୁରାଟରୁ ଭୁବନେଶ୍ୱର ଆସୁଥିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ସୋସିଆଲ୍ ମିଡିଆ ଏକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି।

ସେ ଆହୁରି ଲେଖିଛନ୍ତି, ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ‘ସୁଭଦ୍ରା’ର ଆରମ୍ଭ କରିବା ପାଇଁ ଓଡ଼ିଶାର ଅଦ୍ଭୁତ ଲୋକଙ୍କ ମଧ୍ୟରେ ରହିବା ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ଯୋଜନା ମହିଳା ସଶକ୍ତିକରଣକୁ ବୃଦ୍ଧି କରିବ ଏବଂ ଆମର ନାରୀ ଶକ୍ତି ପାଇଁ ଆର୍ଥିକ ସ୍ବାଧୀନତା ନିଶ୍ଚିତ କରିବ।ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ କାର୍ଯ୍ୟର ମଧ୍ୟ ଶଭାରମ୍ଭ ହେବ। ଏଣେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବା ପୂର୍ବରୁ ରାଜଧାନୀର ଜନତା ମଇଦାନରେ ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାର ମହିଳାମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି।

Leave a Reply

Your email address will not be published. Required fields are marked *