ଦକ୍ଷିଣ ଓଡିଶା ରେଳପଥ ବିକାଶ ପାଇଁ ବିଧାୟକ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭଞ୍ଜନଗର (ଓଡ଼ିଶା ଟୁଡେ ): ମଙ୍ଗଳବାର ସନ୍ଧ୍ୟା ରେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ତାଙ୍କ ବାସଭବନ ରେ ଘୁମୁସର ବିକାଶ ପରିଷଦ ଓ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟ ମାନେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟତଃ ଏଥିରେ ଗୋପାଳପୁର ରେଢ଼ାଖୋଲ ରେଳ ପଥ ନିର୍ମାଣ କିପରି ତ୍ୱରାନ୍ୱିତ ହେବ ସେହି ଉଦ୍ଦେଶ୍ୟ ରେ ସମସ୍ତ ସାଂସଦ, ବିଧାୟକ ମାନେ ଏକଜୁଟ ହୋଇ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଙ୍କୁ ପ୍ରଭାବିତ କରନ୍ତୁ ଏବଂ ବହୁ ବର୍ଷ ର ଦାବୀ ହାସଲ କରନ୍ତୁ ବୋଲି ଆହ୍ୱାନ ଦିଆଯାଇଛି । ବିଧାୟକ ମହୋଦୟ ମଧ୍ୟ ଏ ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ମଂଜୁର ଆଗାମୀ ବଜେଟ ରେ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । ସେ କନ୍ଧମାଳ ସାଂସଦ ମାନ୍ୟବର ସୁକାନ୍ତ ପାଣିଗ୍ରାହୀ ଓ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି ବୋଲି ପ୍ରକାଶ କରିଥିଲେ, ଏହି ରେଳ ପଥରୁ ଫୁଲବାଣୀ ଯାହା ବାଦ ପଡ଼ିଥିଲା ତାହା ପୁଣି ଯୋଡ଼ି ହେବାଫଳରେ ଏଦିଗରୁ ସବୁ ପ୍ରତିବନ୍ଧକ ହଟିଛି ବୋଲି ସେ ସୂଚାଇ ଥିଲେ । ଭଞ୍ଜନଗର ଦେଇ ଗଡିବାକୁ ଥିବା ଟ୍ରେନ ର ନାମ ବୈଦେହୀ ପରିବର୍ତ୍ତେ ଉପେନ୍ଦ୍ର ଭଞ୍ଜ ଏକ୍ସପ୍ରେସ ରହୁ ବୋଲି ବିଧାୟକ ପ୍ରଦ୍ୟୁମ୍ନ ନାୟକ ପ୍ରସ୍ତାବ ଦେଇଥିଲେ । ଓକିଲ ସଂଘ ର ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ ଓ ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଘୁମୁସର ବିକାଶ ପରିଷଦ ତଥା ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ, ଉପସଭାପତି ସନ୍ତୋଷ କୁମାର ତିଆଡ଼ି, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ବିଧାୟକଙ୍କ ସହ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ଭିତରେ ସର୍ବଶ୍ରୀ ରବିନାରାୟଣ ସାମନ୍ତ, ଗୋପାଳ ଚନ୍ଦ୍ର ଲେଙ୍କା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ବନମାଳୀ ଲେଙ୍କା, ପଣ୍ଡିତ ବିପ୍ର ଚରଣ ସାହୁ, ସୁରେନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ସାହୁ, ପୀତାମ୍ବର ପରିଡା, ରଘୁନାଥ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *