ଭାରତରେ ଆଇଫୋନ୍ ୧୬ ବିକ୍ରି ଆରମ୍ଭ, ଜାଣନ୍ତୁ ଏହାର ଦାମ ଓ ଫିଚର୍ସ ବିଷୟରେ…

ମୁମ୍ବାଇ: ଆଇଫୋନ୍ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ହୋଇଛି । ଆପଲ୍ ଆଜିଠାରୁ ଦେଶରେ ଆଇଫୋନ୍ ୧୬ ସିରିଜ୍ ବିକ୍ରି ଆରମ୍ଭ କରିଛି। ଭାରତରେ ନୂଆ ଆଇଫୋନ୍ ଶୁକ୍ରବାର ସକାଳ ୮ଟାରୁ ଉଭୟ ରିଟେଲ ଓ  ଅନଲାଇନ ଷ୍ଟୋରରେ ଉପଲବ୍ଧ ହୋଇଛି । ଏଥର ବଜେଟରେ ଆମଦାନୀ ଶୁଳ୍କ ହ୍ରାସ ହେତୁ କମ୍ପାନୀ ପ୍ରଥମ ଥର ପାଇଁ ପୂର୍ବ ମଡେଲ ତୁଳନାରେ କମ୍ ମୂଲ୍ୟରେ ଆଇଫୋନ୍ ପ୍ରୋ ସିରିଜ୍ ବିକ୍ରି କରୁଛି ।

ଆଇଫୋନ୍ ୧୬ ପ୍ରୋର ପ୍ରାରମ୍ଭିକ ମୂଲ୍ୟ ୧,୧୯,୯୦୦ ଟଙ୍କା ଓ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧,୪୪,୯୦୦ ଟଙ୍କା। ପ୍ରାୟ ବର୍ଷେ ପୂର୍ବେ ଆଇଫୋନ୍ ୧୫ ପ୍ରୋ ପ୍ରାରମ୍ଭିକ ମୂଲ୍ୟରେ ୧,୩୪,୯୦୦ ଟଙ୍କା ଓ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ୧,୫୯,୯୦୦ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା। ଆଇଫୋନ୍ ୧୬ ସିରିଜ୍ ବ୍ୟତୀତ, ଆଇଫୋନ୍ ୧୪ ଓ ଆଇଫୋନ୍ ୧୩ ପରି ପୁରୁଣା ଆଇଫୋନ୍ ସିରିଜ୍ ବିକ୍ରିରେ ମଧ୍ୟ ବୃଦ୍ଧି ଘଟିଛି । 

ଆପଲ୍ ଆଇଫୋନ୍ ୧୬ ରେ ଉପଲବ୍ଧ ଫିଚର୍ସ ଗୁଡିକ ବିଷୟରେ କହିବାକୁ ଗଲେ, ଏଥିରେ ଆପଲ୍ ଇଣ୍ଟେଲିଜେନ୍ସ,, ବଡ଼ ସ୍କ୍ରିନ ଓ କ୍ୟାମେରା କଣ୍ଟ୍ରୋଲ ସହିତ ଅନେକ ନୂଆ ଫିଚର୍ସ ଅଛି। ଆଇଫୋନ୍ ୧୬ ପ୍ରୋ ଓ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ ୧୨୮ ଜିବି, ୨୫୬ ଜିବି, ୫୧୨ ଜିବି ଓ ୧ ଟିଭି ଷ୍ଟୋରେଜ୍ କ୍ଷମତାରେ ଉପଲବ୍ଧ ହେବ। ଆଇଫୋନ୍ ସିରିଜରେ ଏପର୍ଯ୍ୟନ୍ତ ସବୁଠୁ ବଡ ଡିସପ୍ଲେ ଯାହାର ଆକାର ୬.୩ ଇଞ୍ଚ ଓ ୬.୯ ଇଞ୍ଚ ରହିଛି । 

 ଭାରତରେ ଆପଲର ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୫ ସୁଦ୍ଧା ଏହାର ଆୟ ୧୦ ବିଲିୟନ ଡ଼ଲାର୍ ମାର୍କ ଅତିକ୍ରମ କରିପାରେ। ଗତ ବର୍ଷ ତୁଳନାରେ ଏଥର ନୂଆ ଆଇଫୋନର ବେସ ଭାରିଆଣ୍ଟ ପାଇଁ ଅଧିକ ଚାହିଦା ରହିଛି। ଏଥିସହିତ, କମ୍ପାନୀଗୁଡିକ ଆକର୍ଷଣୀୟ ଫାଇନାନ୍ସ ବିକଳ୍ପ ମଧ୍ୟ ପ୍ରଦାନ କରୁଛନ୍ତି। ଏହି କାରଣରୁ ଲାଗୁଛି ଯେ ନୂଆ ୧୬ ସିରିଜ୍ ପୂର୍ବ ରେକର୍ଡ ଭାଙ୍ଗିବ ।

Leave a Reply

Your email address will not be published. Required fields are marked *