ବାଇକ୍‌କୁ ପିଟିଲା ଭୁଲ୍‌ ରାସ୍ତାରେ ଆସୁଥିବା କାର୍‌, ବାଇକର୍‌ ମୃତ

ନୂଆଦିଲ୍ଳୀ: ଗୁରୁଗ୍ରାମରେ ଏକ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଚାଳକଙ୍କର ମୃତ୍ୟୁ ଘଟିଛି। ରାସ୍ତାର ଭୁଲ୍‌ ପାର୍ଶ୍ବରେ ଯାଉଥିବା ଜଣେ କାର୍‌ ଚାଳକ ପିଟିଦେବାକୁ ବାଇକ୍‌ରେ ଯାଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତକ ଜଣକ ହେଉଛନ୍ତି ୨୩ ବର୍ଷ ବୟସ୍କ ଅକ୍ଷତ ଗର୍ଗ। ସେ ରବିବାର ଦିନ ଡିଏଲ୍‌ଏଫ୍‌ ଫେଜ୍‌-୨ର ଗଲ୍‌ଫ କୋର୍ସ ରୋଡ୍‌ରେ ନିଜ ସାଙ୍ଗମାନଙ୍କ ସହ ବାଇକ୍‌ ନେଇ ଯାଉଥିଲେ। ସେହି ସମୟରେ କାର୍‌ଟି ଆସି ତାଙ୍କୁ ପିଠି ଦେଇଥିଲା। ଏ ସମସ୍ତ ଘଟଣା ତାଙ୍କ ବନ୍ଧୁଙ୍କ ବାଇକରେ ଲଗାଯାଇଥିବା ଗୋପ୍ରୋ ଆକ୍ସନ୍ କ୍ୟାମେରାରେ କଏଦ ହୋଇଛି ।

ଏହି ଭିଡିଓରେ ଦିଲ୍ଲୀର ଦ୍ୱାରକା ନିବାସୀ ଅକ୍ଷତ ହେଲମେଟ ଏବଂ ଗ୍ଲୋଭସ୍ ପିନ୍ଧି ବାଇକ୍‌ରେ ଯାଉଥିବାର ଦେଖାଯାଇଛି। ସେ ସାମାନ୍ୟ ମୋଡ ନେଉଥିବା ବେଳେ ହଠାତ୍ ରାସ୍ତାର ବିପରୀତରେ ଆସୁଥିବା ମହିନ୍ଦ୍ରା ଏକ୍ସୟୁଭି ୩ ଏକ୍ସଓଟଇ ଆସି ତାଙ୍କ ସହ ପିଟି ହୋଇଯାଇଥିଲା ।

ଏହାର ପ୍ରଭାବରେ ସେ ବାଇକରୁ ଛିଞ୍ଚାଡ଼ି ହୋଇ ଯାଇ କାର୍‌ ପଛରେ ପଡ଼ିଯାଇଥିଲେ। ତୁରନ୍ତ ଆମ୍ବୁଲାନ୍ସ ଡକାଇବା ସତ୍ତ୍ବେ ବି ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ । 

ଗୁରୁଗ୍ରାମ ପୁଲିସ କହିଛି ଯେ ଏହି ମାମଲାରେ ବିଏନଏସ (ଭାରତ ନୟା ସଂହିତା) ଅଧୀନରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *