
ଭଞ୍ଜନଗର (ଓଡ଼ିଶା ଟୁଡେ) : ବିପଦର ବନ୍ଧୁ ଓଡ଼ିଶାର ୭ ମ ରାଜ୍ୟ ସ୍ତରୀୟ ସ୍ୱନକ୍ଷତ୍ର ଉତ୍ସବ ମଙ୍ଗଳବାର ସଂନ୍ଧ୍ୟାରେ ଭଞ୍ଜନଗର ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଭଞ୍ଜନଗର ତହସିଲଦାର ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିପଦର ବନ୍ଧୁ ଓଡିଶା ରାଜ୍ୟରେ କିଭଳି ମାନବ ସେବା କାର୍ଯ୍ୟ କରି ଚାଲିଛି ସେନେଇ କହିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକ, ଭଞ୍ଜନଗର ଥାନା ଅଧିକାରୀ କୁମାର ମୁଦୁଲି, ଭଞ୍ଜନଗର ନିର୍ବାହୀ ଅଧୂକାରୀ ମୁରଲୀ କୃଷ୍ଣ ପଣ୍ଡା, ଭଞ୍ଜନଗର ମେଡ଼ିକାଲ ଅଧୀକ୍ଷକ ଡାକ୍ତର ସିତାପ୍ତଶୁ ଶେଖର ଶତପଥ୍, ଦମକଳ କେନ୍ଦ୍ର ଅଧିକାରୀ ସମୀର କୁମାର ବିଶ୍ଵାଳ, ବରିଷ୍ଠ ଲେଖକ ପ୍ରଶାନ୍ତ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖୁଥିଲେ । ପ୍ରତିଷ୍ଠାତା ดิ ଶିବରାମ ପାତ୍ର ସଭାରେ ଅଧ୍ଯକ୍ଷ କ୍ଷତା କରିଥିବା ବେଳେ ସମ୍ପାଦକ କ କୃଷ୍ଣ ଚନ୍ଦ୍ର ସୁଆଁଶିଆ ବାର୍ଷିକ ବିବରଣୀ ପଠନ କରିଥିଲେ। ମୁଖପାତ୍ର ଚିନ୍ମୟ ପୋଲେଇ ସଭାକୁ ସଂଯୋଜନା କରିଥିଲେ ।
ଏହି ଅବସରରେ ଅନୁଷ୍ଠାନର କର୍ମକର୍ତ୍ତା ବାଦନ ତ୍ରିପାଠୀ, ପ୍ରଦୀପ ଜେନା, ଅରକ୍ଷିତ ପରିଛା୭ମ ମନକ୍ଷତ୍ର ଉତ୍ସବ- ୨୦୧ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସମାଜ ସେବାକୁ ସେମାନେ ନିଜର ନିଶା ନୁହେଁ ପେସା ବୋଲି ଭାବିନେଇ ଜୀବନକୁ ଅନ୍ୟମାନଙ୍କ ପାଇଁ ସମର୍ପଣ କରିଦେଇଛନ୍ତି ବୋଲି ସଂଗଠନ ର ଉପସଭାପତି ଅରକ୍ଷିତ ପରିଛା କହିଛନ୍ତି.ବିପଦର ବନ୍ଧୁ ଓଡିଶା ଗଠନ ସୃଷ୍ଟି ହେବା ପରେ ଗଞ୍ଜାମ ଜିଲ୍ଲାରେ ରକ୍ତ ର ଅଭାବ ସମସ୍ୟା ପ୍ରାୟ ଦୂର ହୋଇଛି। ରାଜ୍ୟରେ ଅନ୍ୟ ଅଂଚଳର ଲୋକ ମଧ୍ୟ କିଭଳି ସୁବିଧାରେ ରକ୍ତ ପାଇବେ ସେଥୁପାଇଁ ପଦକ୍ଷେପ ନିଆଯାଉଛି ।
ଏଥିସହ ଅର୍ଥ ଅଭାବରୁ ପାଠ ପଢ଼ିବାରୁ ବଞ୍ଚିତ ହେଉଥିବା ଛାତ୍ରୀ ଛାତ୍ର ମାନକୁ ପାଠ ପଢିବା ପାଇଁ ବ୍ୟବସ୍ଥା କରୁଛନ୍ତି ।କୋଭିଡ ସମୟରେ ଲୋକେ ଶବକୁ ଛୁଇଁବାକୁ ଭୟ କରୁଥିଲେ । ଏହି ସମୟରେ ବିପଦର ବନ୍ଧୁ କର୍ମକର୍ତ୍ତା ଭଞ୍ଜନଗର ର ସଭ୍ୟ ମାନେ ଜୀବନକୁ ବାଜି ବା ଲଗାଇ ୩୪ ଜଣକ ଶବକୁ ସତ୍କାର କରିଥିଲେ। କୋଭିଡ୍ ସମୟରେ ବିପଦର ବନ୍ଧୁ କର୍ମକର୍ତ୍ତା ଙ୍କ ସେବା ଅତୁଳନୀୟ ଥିଲା । ଏହିଭଳି ମାନବ ସେବା କରି ବିପଦର ବନ୍ଧୁ ଆଜି ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ଅତିଥ୍ ମାନେ ଶିବ ଶଙ୍କର ପ୍ରଧାନଙ୍କ ଦ୍ୱାରା ଲିତ ସ୍ମରଣିକା କୁ ଉନ୍ମୋଚିତ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିପଦର ବନ୍ଧୁ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।