
ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ ।
ଏହାପରେ ନଡ୍ଡା ଦଳର ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କହିଥିଲେ ବିଜେପିରେ ଜଣେ ନେତାଙ୍କ ପୁଅ ନେତା ହୁଅନ୍ତିନି। ଜଣେ ସାଧାରଣ ଲୋକ ନେତା ହୁଅନ୍ତି।ଦେଶରେ ୫ ହଜାର ପାର୍ଟି ରହିଛନ୍ତି। ସେଥିମଧ୍ୟରୁ ୫୦ ହେଉଛନ୍ତି ସକ୍ରିୟ ଦଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ମୁସଲମାନ୍ ଭଉଣୀଙ୍କୁ ତିୀନି ତଲାକ୍ ସମସ୍ୟାରୁ ମୁକ୍ତି ଦେଇଛନ୍ତି ।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଛି। ଏବେ ସେଠାରେ ନିର୍ବାଚନ ହେଉଛି। ଏହା ସହିତ ଭାରତ ପ୍ରଗତି ପଥରେ ଅଗ୍ରସର ହୋଇ ପଞ୍ଚମ ଅର୍ଥନୀତି ହୋଇଛି। ଏବେ ଦେଶ ତୃତୀୟ ଅର୍ଥନୀତି ହେବା ପଥରେ ରହିଛି।ଏହା ସହିତ ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ନ ନେଇ କହିଛନ୍ତି ଯେ, ସେ ଦୁଇ ଭାଇଭଉଣୀ କେବଳ ଦରଦାମ୍ ବୃଦ୍ଧି ଏବଂ ବେକାରୀ ସମସ୍ୟା କଥା କହୁଛନ୍ତି। ସେମାନଙ୍କ ପାଖରେ କହିବାକୁ ଅନ୍ୟ କିଛି ପ୍ରସଙ୍ଗ ନାହିଁ। ବିଜେପି ଲାଷ୍ଟ୍ ମ୍ୟାନ୍ ଆଟ୍ ଲାଷ୍ଟ୍ ମାଇଲରେ ବିଶ୍ବାସ କରେ।୨ ସେପ୍ଟେମ୍ବରରୁ ଇତି ମଧ୍ୟରେ ବିଜେପିର ସଦସ୍ୟତା ଅଭିଯାନରେ ୬ କୋଟି ଲୋକ ସାମିଲ ହେଲେଣି। ନଡ୍ଡା ଟିଏମସି ଏବଂ ଆପ୍ ଉପରେ ମଧ୍ୟ ବର୍ଷିଛନ୍ତି ।