ଦେଶକୁ ମିଳିଲା ୩ଟି ନୂଆ ସୁପର କମ୍ପ୍ୟୁଟର, ମୋଦୀ କଲେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି ପରମ ରୁଦ୍ର ସୁପରକମ୍ପ୍ୟୁଟିଂ ସିଷ୍ଟମ ଏବଂ ପାଣିପାଗ ଓ ଜଳବାୟୁ ପାଇଁ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ ସିଷ୍ଟମର ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ ସୁପର କମ୍ପ୍ୟୁଟର ନିର୍ମାଣ କ୍ଷେତ୍ରରେ ଭାରତ ଏବେ ବିଶ୍ବର ଏକ ଅଗ୍ରଣୀ ଦେଶ । ଦେଶରେ ୨୦୧୫ରେ ନ୍ୟାସନାଲ ସୁପର କମ୍ପ୍ୟୁଟିଂ ମିସନ ଆରମ୍ଭ ହୋଇଥିଲା । ଆମେ ଏଠାରେ ନ ଅଟକି, କ୍ବାଣ୍ଟମ କମ୍ପ୍ୟୁଟି କ୍ଷେତ୍ରରେ ବି ଦେଶ କମ କରୁଛି । ଏ କ୍ଷେତ୍ରରେ ନ୍ୟାସନାଲ କ୍ବାଣ୍ଟମ କମ୍ପ୍ୟୁଟିଂ ମିସନ ସହାୟକ ହେବ । ଟେକନଲୋଜୀ କ୍ଷେତ୍ରରେ ଦେଶର ବିକାଶ ଦେଶର ସାଧାରଣ ଲୋକଙ୍କ ବିକାଶକୁ ତ୍ବରାନ୍ବିତ କରିବ ବୋଲି ସେ କହିଛନ୍ତି ।

ଏହି ସୁପର କମ୍ପ୍ୟୁଟର ଅତ୍ୟନ୍ତ ଦ୍ରୁତ ଏବଂ ଶକ୍ତିଶାଳୀ କମ୍ପ୍ୟୁଟର ଅଟନ୍ତି । ସେଗୁଡ଼ିକ ଖୁବ୍ କମ୍ ସମୟ ମଧ୍ୟରେ ଜଟିଳ ଗଣନା ସମ୍ପୂର୍ଣ୍ଣ କରିଥାନ୍ତି। ଏକ ସୁପର କମ୍ପ୍ୟୁଟର ଏକାଥରକେ ଏତେ ପରିମାଣର ଡାଟା ପ୍ରୋସେସ୍ କରିପାରେ ଯେ ସାଧାରଣ କମ୍ପ୍ୟୁଟର କଳ୍ପନା ମଧ୍ୟ କରିପାରିବ ନାହିଁ ।ଏହି ସୁପର କମ୍ପ୍ୟୁଟର ଅତ୍ୟନ୍ତ ଦ୍ରୁତ ଏବଂ ଶକ୍ତିଶାଳୀ କମ୍ପ୍ୟୁଟର ଅଟନ୍ତି । ସେଗୁଡ଼ିକ ଖୁବ୍ କମ୍ ସମୟ ମଧ୍ୟରେ ଜଟିଳ ଗଣନା ସମ୍ପୂର୍ଣ୍ଣ କରିଥାନ୍ତି। ଏକ ସୁପର କମ୍ପ୍ୟୁଟର ଏକାଥରକେ ଏତେ ପରିମାଣର ଡାଟା ପ୍ରୋସେସ୍ କରିପାରେ ଯେ ସାଧାରଣ କମ୍ପ୍ୟୁଟର କଳ୍ପନା ମଧ୍ୟ କରିପାରିବ ନାହିଁ ।

ବୈଜ୍ଞାନିକ ଏବଂ ଗବେଷଣା ଉଦ୍ଦେଶ୍ୟରେ ଏହି ସୁପର କମ୍ପ୍ୟୁଟର ବ୍ୟବହାର କରାଯାଏ ।ଏହି ୩ଟି ସୁପର କମ୍ପ୍ୟୁଟରକୁ ପୁଣେ, ଦିଲ୍ଲୀ ଓ କୋଲକାତାରେ ଲଗାଯିବ। ଏହି କମ୍ପ୍ୟୁଟରଗୁଡ଼ିକରେ ଅତ୍ୟାଧୁନିକ ଅତ୍ୟାଧୁନିକ ହାର୍ଡୱେର୍ ଏବଂ ସଫ୍ଟୱେର ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏହାର ଅଧିକାଂଶ ଉପାଦାନ ଭାରତରେ ଉତ୍ପାଦନ ଓ ଆସେମ୍ବଲ୍ କରାଯାଇଛି। ଏକ ସୁପର କମ୍ପ୍ୟୁଟର ସେହି କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରିବ ଯାହା ନିୟମିତ କମ୍ପ୍ୟୁଟର ପାଇଁ ୫୦୦ ବର୍ଷ ସମୟ ନେବ ।

Leave a Reply

Your email address will not be published. Required fields are marked *