ଶୀଘ୍ର ଆରମ୍ଭ ହେବ ୬ଜି ସେବା

ନୂଆଦିଲ୍ଲୀ: ଟେଲିକମ୍ ସେବାର ପରବର୍ତ୍ତୀ ପିଢ଼ି ୬ଜି ଖୁବ୍‌ଶୀଘ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି। ଏବେ ୫ଜିକୁ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ କରାଯାଉଥିବା ବେଳେ ୬ଜିକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ୫ଜି ତୁଳନାରେ ୬ଜିରେ ଡାଟା ସ୍ପିଡ୍ ଅଧିକ ରହିବ। ଫଳରେ ଏବେ ହୋଇପାରୁନଥିବା ବହୁ କାମ ଅତି ସହଜରେ ହୋଇପାରିବ। ଏକ ବୈଠକରେ ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତ ୬ଜି ମେଣ୍ଟର ସହ ଆଲୋଚନା କରିଛନ୍ତି । ‌‌

ସେ ସୋସିଆଲ ମିଡିଆରେ ଜଣାଇଛନ୍ତି ଯେ ୬ଜି ହେଉଛି ଭାରତର ଭବିଷ୍ୟତ। ୬ଜି ହେଉଛି ଭାରତର ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଟେଲିକମ୍ କ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତ ୬ଜି ମେଣ୍ଟର ସାତ ୱାର୍କିଂ ଗ୍ରୁପ୍ ସହ ଆଲୋଚନା ଆରମ୍ଭ କରି ବହୁତ ଖୁସି ଲାଗୁଛି ବୋଲି ସିନ୍ଧିଆ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *