ପୁଲିସଙ୍କ ଆଚରଣ-ଉଚ୍ଚାରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ: ସପ୍ତାହକ ମଧ୍ୟରେ ମହିଳା ହିଂସା ତଥ୍ୟ ଲୋଡିଲେ

ଭୁବନେଶ୍ୱର: ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀ ସମ୍ବୋଧିତ କରି କହିଛନ୍ତି ମୋ ରାଜ୍ୟର ପୁଲିସ ବିଭାଗଠାରୁ ଅତ୍ୟନ୍ତ ଉଚ୍ଚକୋଟୀର ସେବା ମୁଁ ଆଶା କରୁଛି। ଯାହାଦ୍ବାରା ଆଗାମୀ ଦିନରେ ମୁଁ ଗର୍ବର ସହିତ କହିପାରିବି ଯେ, ଓଡ଼ିଶାର ପୁଲିସ ବିଭାଗ ଦିନ ରାତି ୨୪ ଘଣ୍ଟା ଡ୍ୟୁଟିରେ ରହିଛନ୍ତି ।

ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆରେ ତାଗିଦ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଅପରାଧୀ ଯେଊଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ । ବିଗତ ୨୨ ବର୍ଷ ଓଡ଼ିଶା ପାଇଁ ବିରାଟ କାଳଖଣ୍ଡ ଥିଲା ।୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩% ରହିଛି। ଯାହା ଅତ୍ୟନ୍ତ ନୈରାଶ୍ୟଜନକ, ଆମ ସରକାର ଏହାକୁ ବରଦାସ୍ତ କରିବେ ନାହିଁ ।

ଏହା ସହିତ ମୁଖ୍ୟମନ୍ତ୍ରୀ ସପ୍ତାହକ ମଧ୍ୟରେ ମହିଳା ହିଂସା ତଥ୍ୟ ଲୋଡିଛନ୍ତି।ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଇଏଏସ ଅଫିସରଙ୍କୁ ତାଗିଦ୍ କରିଥିବାବେଳେ ଏବେ ଆଇପିଏସ୍ ଅଫିସରଙ୍କୁ ମଧ୍ୟ ତାଗିଦ୍ କରିଛନ୍ତି। ପୁଲିସ କର୍ମଚାରୀଙ୍କ ଆଚରଣ ଏବଂ ଉଚ୍ଚାରଣ ଠିକ୍ ରହିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣିବାକୁ ସେ ପରାମର୍ଶ ଦେଇଛନ୍ତି । ଡାକ୍ତରଖାନା ଏବଂ ଥାନାକୁ ଲୋକେ ଆସିବାକୁ ଚାହିଁ ନ ଥାନ୍ତି। ଅପରାଧରେ ଲଗାମ ଲଗାଇବା ପାଇଁ ପୁଲିସ କର୍ମଚାରୀମାନେ ୮ଘଣ୍ଟିଆ ଡ୍ୟୁଟି ବଦଳରେ ସବୁବେଳେ ଡ୍ୟୁଟିରେ ରହିବାକୂ କହିଛନ୍ତି ।

ଅଭିଯୋଗକାରୀ ଯେତେବେଳେ ମଧ୍ୟ ଥାନାକୁ ଆସିଲେ ସେମାନଙ୍କ କଥା ଶୁଣିବାକୁ ସେ କହିଛନ୍ତି। ପୁଲିସ ଲୋକଙ୍କ ବନ୍ଧୁ ବୋଲି ଜନସଚେତନତା ଜରିଆରେ ଜଣାନ୍ତବାକୁ ସେ କହିଛନ୍ତି। ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରାଇବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।ଏଣିକି ପ୍ରତି ପୁଲିସଙ୍କ ପାଖରେ ବାଇକ୍‌ ରହିବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ୯ ହଜାର ବାଇକ୍ ଯୋଗାଇ ଦିଆଯିବ। ପ୍ରତିଥାନାରେ ୨ଟି ବାଇକ୍ ଥିବାରୁ କାମ ଶୀଘ୍ର ହେଉନି।

ଏବେ ପ୍ରତି ଥାନାରେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ନାମରେ ବାଇକ୍ ଦିଆଯିବ। ସେ ଯେଉଁ ଥାନାକୁ ଯିବେ ବାଇକ୍ ସାଥିରେ ନେଇ ଯିବେ।ପ୍ରତିଥାନାକୁ ୨ଟି ଜିପ୍‌ ତଥା ପ୍ରତି ଜିଲ୍ଲାରେ ଓଡ୍ରାଫ୍‌ ଟିମ୍‌ ମଧ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ଷ୍ଟେଟ୍ ଷ୍ଟ୍ରାଇକିଂ ଫୋର୍ସର ୩ ଟି ବାଟାଲିୟନ ପ୍ରତିଷ୍ଠା ହେବ। ସବୁ ମେଡ଼ିକାଲରେ ଫାଣ୍ଡି ରହିବ। ୧୦ଟି ମେଡ଼ିକାଲ କଲେଚରେ ଫାଣ୍ଡି କରାଯିବ। ବରମୁଣ୍ଡା ବସଷ୍ଟାଣ୍ଡରେ ଅରଟ୍ ପୋଷ୍ଟ୍ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହା ସହିତ ମୁଖ୍ୟମନ୍ତ୍ରୀ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *