ନିଶା ଓ ଅପରାଧମୁକ୍ତ ରାଉରକେଲା ଦାବି: ଏସ୍‌ପିଙ୍କୁ ଜିଲ୍ଲା କଂଗ୍ରେସର ଦାବିପତ୍ର

ରାଉରକେଲା: ରାଉରକେଲା ଏବେ ଅପରାଧିଙ୍କ ଚରାଭୂଇଁ ପାଲଟିଛି। ନିଶାଦ୍ରବ ଖୁଲମ୍‌ଖୁଲା ବିକ୍ରି ହେଉଛି। ବିନାଲାଇସେନ୍ସରେ ଶହ ଶହ ମିନି ବାର୍‌ ଚାଲିଛି। ଯେଉଁଠି ନାବାଳକ ଓ ନାବାଳିକା ବସି ନିଶାସେବନ କରୁଛନ୍ତି। ପପ୍‌ଡ୍ୟାନ୍ସରେ ସାମିଲ ହେଉଛନ୍ତି ।

ନିଶାସେବନ କରିବା ପରେ ଅପରାଧିକ କାର୍ଯ୍ୟକଳାପ କରିବାକୁ ପଛାଉ ନାହାନ୍ତି। ଜିଲ୍ଲା କଂଗ୍ରେସ ପକ୍ଷରୁ ଏମିତି ଅଭିଯୋଗ କରାଯାଇଛି। ରାଉରକେଲାକୁ ନିଶା ଓ ଅପରାଧି ମୁକ୍ତକରିବାକୁ ଉଭୟ ଅବକାରୀ ଓ ଜିଲ୍ଲା ପୁଲିସ ଧ୍ୟାନ ଦେବାର ଅବାଶ୍ୟକତା ରହିଛି। ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ବରେ ପ୍ରତିନିଧି ରାଉରକେଲା ଏସ୍‌ପି ବ୍ରିଜେଶ ରାୟଙ୍କୁ ସାକ୍ଷାତ କରିଥିଲେ ।

ସହରରକୁ ଡ୍ରଗ୍‌ସ ମୁକ୍ତ କରିବା ସହ ବେଆଇନ ବାର୍‌ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ବନ୍ଦ କରିବାକୁ ଦାବି କରିଥିଲେ।ଲା‌ଇସେନ୍ସ ପାଇଥିବା ବାର୍‌ଗୁଡ଼ିକୁ ଯେମିତି ନାବାଳିକ ଓ ନାବାଳିକା ପ୍ରବେଶ ନ କରନ୍ତି ସେଥିପ୍ରତି ଧ୍ୟାନ ଦିଆଯାଉ। ସବୁସ୍ଥାନରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡି କରିବାକୁ ସ୍ଥାନୀୟ ଥାନାକୁ ନିର୍ଦ୍ଦେଶ ଦେବାକୁ ଏସ୍‌ପିଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସବିର ହୁସେନ, ସରସ୍ବତୀ ବାଙ୍ଗରା, ଜ୍ଞାନରଞ୍ଜନ ଦାସ, ସରୋଜ ଲେଙ୍କା, ଆଶିଶ ମହାନ୍ତି,‌ ରଘୁ ଦାସ, ତୁଷାରକାନ୍ତି ଧଳ, ବିଶ୍ବନାଥ ବାରିକ୍‌, ମାନୁ ସାମଲ, ରଞ୍ଜିତା ମଲ୍ଲିକ, ମହମ୍ମଦ ସମିମ୍‌, ଅନୀଲ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *